କବି ମଦନ ମୋହନ ରଥ ରାଜ୍ୟସ୍ତରୀୟ ସାରସ୍ୱତ ସମ୍ମାନରେ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଉରକେଲାର ରିମ୍‌ସ କଲେଜର ସଭା କକ୍ଷରେ ଓଡିଶା ସାହିତ୍ୟ ଏକାଡେମୀ ଓ ସଂସ୍କୃତି ବିଭାଗ ଓଡିଶା ସରକାର ଏବଂ ସୁନାଫୁଲ ସାହିତ୍ୟ ସଂସଦର ମିଳିତ ଉଦ୍ୟମରେ ଏକ ରାଜ୍ୟସ୍ତରୀୟ ସାରସ୍ୱତ ସମାରୋହ ଓ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଥିଲା । ଉକ୍ତ ସମାରୋହରେ ସଭାପତି ମହେନ୍ଦ୍ର ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ରାଉରକେଲା ବିଧାୟକ ସାଦରଦା ପ୍ରଶନ୍ନ ନାୟକ ମୁଖ୍ୟ ଅତିଥି, ବିଶିଷ୍ଟ ସାହିତ୍ୟିକ ତ୍ରିଲୋଚନ ମଥାନ ମୁଖ୍ୟବକ୍ତା ଓ ଅକ୍ଷରର ସଂପାଦକ ହୃଷୀକେଶ ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଶିଶୁ ସାହିତ୍ୟିକମାନେ ଉପଯୁକ୍ତ ଶିଶୁ ସାହିତ୍ୟ ସୃଷ୍ଟି କରି ପାରିଲେ ଶିଶୁମାନଙ୍କର ବୌଦ୍ଧିକ ବିକାଶ ସହିତ ସମାଜର ଉନ୍ନତି ସମ୍ଭବ ବୋଲି ମତବ୍ୟକ୍ତ କରିଥିଲେ । ଏହି ସମାରୋହରେ ଓଡିଶାର ସାତ ଜଣ ସାରସ୍ୱତ ସାଧକଙ୍କୁ ସମ୍ମାନିତ କରାଯାଇଥିଲା । ସେଥି ମଧ୍ୟରେ ବଲାଙ୍ଗିରର ଶିଶୁ ବିକାଶ କେନ୍ଦ୍ରର ପ୍ରତିଷ୍ଠାତା ସଭାପତି, ମଠଖାଇ ଶିଶୁ ପତ୍ରିକାର ସଂପାଦକ ମଦନ ମୋହନ ରଥଙ୍କୁ ଶିଶୁ ସାହିତ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ରାଜ୍ୟସ୍ତରୀୟ “ସୁନାଫୁଲ ନିର୍ମଳାଦର୍ଶ ଶିଶୁ ସାହିତ୍ୟ ସମ୍ମାନ”ରେ ସମ୍ମାନିତ କରାଯାଇଥିଲା । ଏହି ପାର୍ବଣରେ ଟିକି ଟିକି ସୁନାଫୁଲ ପତ୍ରିକାର ବିଶେଷ ସଂଖ୍ୟା ୨ ଉନ୍ମୋଚନ ହୋଇଥିଲା । କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସଂପାଦକ ସୁନୀଲ କୁମାର ମହାନ୍ତି ।

Leave A Reply

Your email address will not be published.