
ଭୁବନେଶ୍ୱର : ଓଡ଼ିଶାର ସଫଳ କ୍ରୀଡ଼ାବିତ୍ ତଥା ପାରା ଅଲିମ୍ପିକ୍ ସ୍ୱର୍ଣ୍ଣ ବିଜେତା ବ୍ୟାଡ୍ମିଣ୍ଟନ ତାରକା ପ୍ରମୋଦ ଭଗତଙ୍କୁ ମିଳିଛି ଇଣ୍ଡିଆନ୍ ସ୍ପୋର୍ଟସ ଅନର-୨୦୨୩ ସମ୍ମାନ । ମୁମ୍ବାଇରେ ଏକ ତାରକା ହୋଟେଲରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ଏହି ସମ୍ମାନ ପ୍ରଦାନ କରାଯାଇଛି । ଏହି ଉତ୍ସବରେ ନୀରଜ ଚୋପ୍ରା, ମୀରାବାଇ ଚାନୁ, ପିଆର ଶ୍ରୀଜେଶ, ରେଣୁକା ସିଂହ ଠାକୁର, ୧୯ ବର୍ଷରୁ କମ୍ ପୁରୁଷ ଓ ମହିଳା କ୍ରିକେଟ ଦଳ, ନିଖତ ଜରିନ, ସବିତା ପୁନିଆ, ଶୁବମନ ଗିଲ୍, ଶରଥ କମଲ, ହାର୍ଦ୍ଦିକ ପାଣ୍ଡ୍ୟା, ଉମ୍ରାନ ମଲ୍ଲିକ, ଆର ଅଶ୍ୱିନ, ମହମ୍ମଦ ସିରାଜ, ଲକ୍ଷ୍ୟ ସେନ୍, ଳବି ଦହିୟା, ବଜରଙ୍ଗ ପୁନିଆ, ରିଚା ଘୋଷ, ଚିରାଗ ସେଟ୍ଟୀ-ସାତ୍ତ୍ୱିକସାଇରାଜ ରାଙ୍କୀରେଡ୍ଡୀ, ଭିନେଶ ଫୋଗଟ, ପିଭି ସିନ୍ଧୁ, ଲଭଲି ଚୌବେ-ରୂପା ରାଣୀ ତିର୍କୀଙ୍କ ସହ ବହୁ ଖେଳାଳି ସମ୍ମାନିତ ହୋଇଥିଲେ ।