oom

ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ ଇଣ୍ଡିଆ ସାକ୍ଷରତା ମିଶନରେ ନ୍ୟାସନାଲ ବିଲଡର ଆୱର୍ଡ ଦେବାର ବ୍ୟବସ୍ଥା ଅଛି । ଏଥିପାଇଁ ରୋଟାରୀ କ୍ଲବ ଷ୍ଟିଲ ସିଟି ତରଫରୁ ଶିକ୍ଷାବିତ୍‌ ରୋଟାରୀଆନ ଆଲେକଜାଣ୍ଡାର ଡିସୌଜାଙ୍କୁ ଶିକ୍ଷାବିତ୍ ସମ୍ମାନ ପ୍ରଦାନ କରାଯାଇଛି । ରାଉରକେଲା କ୍ଲବ ଠାରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ଡିସୌଜାଙ୍କୁ ସମ୍ମାନିତ କରାଯାଇଥିଲା । ସୂଚନା ଯୋଗ୍ୟ ଯେ, ଶ୍ରୀ ଡିସୌଜାଙ୍କ ଶିକ୍ଷା ପ୍ରତି ପ୍ରତିବଦ୍ଧତା ଯୋଗୁଁ ୨୦୧୪ରେ ଆନ୍ତର୍ଜାତିକ ଇନଷ୍ଟିଚ୍ୟୁଟ୍ ଅଫ ଏଜୁକେସନ ଆଣ୍ଡ ମ୍ୟାନେଜମେଣ୍ଟ, ନୂଆଦିଲ୍ଲୀ ତରଫରୁ ଶ୍ରେଷ୍ଠ ଶିକ୍ଷାବିତ୍‌ ସମ୍ମାନ ଓ ରାଷ୍ଟ୍ରୀୟ ବିଦ୍ୟା ଗୌରବ ସ୍ୱର୍ଣ୍ଣ ପଦକପ୍ରାପ୍ତ ଭଳି ବିଭିନ୍ନ ଅନୁଷ୍ଠାନରୁ ସମ୍ବର୍ଦ୍ଧିତ ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ରୋଟାରୀଆନ ଆନାବେଲ ଡିସୌଜା, ପୁତୁଲ ରାହୁଲ, ସୁଚିସ୍ମିତା ବିଶ୍ୱାସ, ବୀଣାପାଣି, ସଞ୍ଜୟ ମହାନ୍ତି, ସସ୍ମିତା ପ୍ରହରାଜ, ଡ. ସମିତା ସାମଲ, ସଂଜୀତ ଛୋଟରାୟ, ପିଉ ଗୁହା, ମଞ୍ଜୁ ମେହେର, ଅଞ୍ଜନା ମୈତ୍ର, ପୁନମ କାପୁର, କାବେରୀ ବାନାର୍ଜୀ, ଅର୍ଚ୍ଚନା ମହାନ୍ତି, ଲଳିତା ମୁଦୁଲି, ବିଜୟ, ଡ. ସରିତା ମଲ୍ଲ, ଅର୍ଘ୍ୟ ଗୁହା, ଗୀତିକା କାପୁର, କୁଲଜିତ ସିନ୍ଧୁ, ପ୍ରୀତି କୌର, ରାଜେନ୍ଦ୍ର ପ୍ରସାଦ, ପି କେ ପତି ପ୍ରମୁଖ ରୋଟାରୀଆନମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.