oom

ଭୁଷୁଡି ଗଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪ଟା ସମୟରେ ଭୁଷୁଡି ଗଲା ବଲାଙ୍ଗିର ସମଲେଇ ମନ୍ଦିରର ଛାତ । ଏହି ଅଘଟଣକୁ ନେଇ ଧର୍ମ ବିଶ୍ୱାସୀମାନେ ଘୋର ଅମଙ୍ଗଳ ସୂଚନା ବୋଲି ମତ ଦେଉଛନ୍ତି । ଅନ୍ୟ ପକ୍ଷରେ ଏହି ଛାତ ଦୁର୍ବଳ ହୋଇ ପଡିଥିବା ବିଷୟ ମନ୍ଦିର ପୂଜକ ତଥା ଶ୍ରଦ୍ଧାଳୁ ମାନେ ବାରମ୍ବାର ଦେବୋତ୍ତର ତଥା ବଲାଙ୍ଗିର ଜିଲ୍ଲାପାଳଙ୍କୁ ଜଣାଇବା ପରେ ମଧ୍ୟ ଏହାର ମରାମତି କାର୍ଯ୍ୟ ପାଇଁ ଦେବୋତ୍ତର ବିଭାଗ ତଥା ଜିଲ୍ଲାପାଳ ଅଣଦେଖା କରିଥିବା ଅଭିଯୋଗ କରିଛନ୍ତି ଶ୍ରଦ୍ଧାଳୁ ଓ ଭକ୍ତମାନେ । ତେବେ ମା’ ସମଲେଇ ମନ୍ଦିରର ଗମ୍ଭୀରାକୁ ଲାଗି ରହିଥିବା ଛାତ ଗଳି ପଡ଼ିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ହୋଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ଅନୁପସ୍ଥିତିରେ ଏହା ଭାଙ୍ଗି ଥିବା ଯୋଗୁଁ କାହାରି ଜୀବନହାନୀ ହୋଇନଥିବା କୁହାଯାଇଛି । ଏବେ ମା’ଙ୍କ ଦର୍ଶନ ବାଧାପ୍ରାପ୍ତ ହେବା ସୁନିଶ୍ଚିତ । ଏଣୁ ଯଥାଶୀଘ୍ର ଏହାର ନବ ନିର୍ମାଣ ପାଇଁ ଦେବୋତ୍ତର ବିଭାଗ ପଦକ୍ଷେପ ଗ୍ରହଣ କରିବାକୁ ଜନସାଧାରଣରେ ଦାବୀ ହେଉଛି ।

jittmm
Leave A Reply

Your email address will not be published.