oom

ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତଙ୍କ ପ୍ରଚାର ଜୋର୍‌ ଧରୁଛି

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସାଊରିଆ ଗ୍ରାମ ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ଓ ଦ୍ରୁଢ ପ୍ରଗତି ନିମନ୍ତେ ସମିତି ସଭ୍ୟା ପ୍ରାର୍ଥିନୀ ଗୀତାରାଣୀ ରଣଜିତ (ଗୀତା ଅପା)ଙ୍କ ଜୋରଦାର ପ୍ରଚାର ଚାଲିଥିବା ବେଳେ କୂଆପଦା, ପଣ୍ଡୁଆ, ମଙ୍ଗରାଜପୁର, ଡିହଉପର, ଓଉପଡା, ସାଊରିଆ ଗ୍ରାମଗୁଡିକରେ ନିଜ କର୍ମୀ, ସମର୍ଥକଙ୍କ ସହିତ ଘରକୁ ଘର ବୁଲି ତାଲା ଚାବି ଚିହ୍ନରେ ଭୋଟ ଦେବା ପାଇଁ ସେ ସମସ୍ତ ଭାଇ ଭଉଣୀ, ଯୁବ ଗୋଷ୍ଠୀ, ବୁଦ୍ଧିଜୀବୀ ଓ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି । ନିଜ ପଞ୍ଚାୟତକୁ ଦୁର୍ନୀତି ମୁକ୍ତ, ସମୃଦ୍ଧ ଓ ବିକାଶଶୀଳ ପଞ୍ଚାୟତରେ ପରିଣତ କରିବା ନେଇ ତରା ପୋଖରୀର ପୁନଃଉଦ୍ଧାର ସହ ପର୍ଯ୍ୟଟନ ସ୍ଥଳ ମାନ୍ୟତା, ରାସ୍ତା ଘାଟ ନିର୍ମାଣ, ପାନୀୟ ଜଳ ବ୍ୟବସ୍ଥା, ଷ୍ଟ୍ରିଟ ଲାଇଟ ବ୍ୟବସ୍ଥା, ବର୍ଷା, ବନ୍ୟା ସମୟରେ ଚାଷ ଜମି ଜଳାର୍ଣ୍ଣବ ହେତୁ ଫସଲ କ୍ଷତି ହେଉଥିବାରୁ ଜଳ ନିଷ୍କାସନ ପାଇଁ ବ୍ୟବସ୍ଥା କରିବା, ଶିକ୍ଷା, ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତିକରଣ ଆଦି କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ ବୋଲି ଗଣମାଧ୍ୟମକୁ ସେ କହିଛନ୍ତି । ତାଙ୍କର ଦମଦାର ପ୍ରଚାରରେ ଯୁବନେତା ରାଧାମୋହନ ସହିତ ବହୁକର୍ମୀ, ସମର୍ଥକ ସାମିଲ ହୋଇଥିବା ଦେଖିବାକୁ ମିଳିଛି ।

jittmm
Leave A Reply

Your email address will not be published.