ଜନ ଆରୋଗ୍ୟ ସମିତି ଗଠନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ତ୍ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରର -ଉପକେନ୍ଦ୍ର ଉତ୍ତମର ଜନ ଆରୋଗ୍ୟ ସମିତି ବୈଠକ ସ୍ଥାନୀୟ ସରପଞ୍ଚ ହୀରାଧର ସାହୁଙ୍କ ଅଧ୍ୟକ୍ଷତାରେ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ (ସିଏଚ୍‌ଓ) ସତ୍ୟ ପ୍ରକାଶ ନାୟକ ଜନ ଆରୋଗ୍ୟ ସମିତିର ନିୟମାବଳୀ ପାଠ କରିଥିଲେ । ସର୍ବ ସମ୍ମତି କ୍ରମେ ହୀରାଧର ସାହୁ, ସଭାପତି ଡା. ଦୁର୍ଗା ପ୍ରସାଦ ଦାଶ, ଉପସଭାପତି ସତ୍ୟପ୍ରକାଶ ନାୟକ ଆବାହକ ଭାବେ, ମହିଳା ସ୍ୱାସ୍ଥ୍ୟ କର୍ମୀ ଜ୍ୟୋତିର୍ମୟୀ ସାହୁ, ଭୁକ୍ତା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ସୁଦାମ ଚରଣ ପାଣିଗ୍ରାହୀ, ସୁପରଭାଇଜର ଗୋବିନ୍ଦ ପଧାନ, ନାଏବ ସରପଞ୍ଚ ଶ୍ରୀମତୀ ଡୋଲୀ ଡନସନା, ଶିକ୍ଷକ ପି. ସନ୍ତୋଷ ରାଓ, ଆଶା କର୍ମୀ ହୀରାବତୀ ସିଂ, ଉମାବତୀ ବନଛୋର, ପଦ୍ମିନୀ ଭୁଏ, ଅହଲ୍ୟା ସେଠ, ସବିତା ନାଏକ, ବେଦମତି ଭୁଏ, ଓ ଅଙ୍ଗନବାଡି କର୍ମୀ ଦମୟନ୍ତୀ ମେହେର, ଧରିତ୍ରୀ ଭୋଇ, ସରସ୍ବତୀ ସାହୁ, ରାଧାରାଣୀ ପଧାନ, ଦିପ୍ତିମୟୀ ଭୋଇ, ଲଳିତା ଭୁଏ, ହରିଶ୍ଚନ୍ଦ୍ର ଦୁଆନ ପ୍ରମୁଖ ସମିତିର ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ । ଏଥିରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ଜନ ସମ୍ପ୍ରସାରଣ ଅଧିକାରୀ ଶ୍ରୀ ପାଣିଗ୍ରାହୀ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ରରେ ହେବାକୁ ଥିବା ବିଭିନ୍ନ ସ୍ୱାସ୍ଥ୍ୟ ଦିବସ ସମ୍ପର୍କରେ ସୂଚନା ଦେଇଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଗ୍ରାମର ୱାର୍ଡ ମେମ୍ବରମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ ।

jittmm
Leave A Reply

Your email address will not be published.