centurian jitm

‘ଭାରତ ବନ୍ଦ’ରେ ବରଗଡ଼ ଜିଲ୍ଲା ଚାଷୀ ସଙ୍ଗଠନ ସାମିଲ

nschool

ବରଗଡ଼, (ସତ୍ୟନାରାୟଣ ପଧାନ) : ନୂତନ କୃଷି ବିଲ୍‌କୁ ବିରୋଧ କରି ରାଜରାସ୍ତାକୁ ଦେଶର ଚାଷୀ ଓହ୍ଲାଇ ଆଜି ଭାରତ ବନ୍ଦ୍ କରିଥିଲେ । ଏହାକୁ ସମର୍ଥନ କରିବା ସହ ବରଗଡ଼ ଜିଲ୍ଲାର ବିଭିନ୍ନ ଚାଷୀ ସଙ୍ଗଠନ ଏବଂ ରାଜନୈତିକ ଦଳଗୁଡିକ ପକ୍ଷରୁ ଏଥିରେ ସାମିଲ ହୋଇଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାରଙ୍କ ୩ ବିବାଦୀୟ କୃଷି ଆଇନକୁ ନେଇ ଦେଶର ବିଭିନ୍ନ କୃଷକ ସଂଗଠନ ପକ୍ଷରୁ ବିରୋଧ କରାଯାଇ ଦିଲ୍ଲୀକୁ ସଂଯୋଗ କରୁଥିବା ରାଜରାସ୍ତାରେ ଧାରଣାରେ ବସିଇିଲେ । ଏହାକୁ ସମର୍ଥନ ଜଣାଇ ଦେଶର ପ୍ରାୟ ସମସ୍ତ ବିରୋଧୀ ରାଜନୈତିକ ଦଳ ଗୁଡିକ ତାଙ୍କ ସହ ସାମିଲ ହୋଇଥିବା ବେଳେ ଆଜି ଦେଶବ୍ୟାପୀ ବନ୍ଦ ପାଳନ କରାଯାଇଥିଲା । ଏହିକ୍ରମରେ ଦେଶର ସବୁ ସ୍ଥାନରେ ସ୍ୱତଃସ୍ପୁର୍ତ୍ତ ଭାବେ ଦୋକାନ ବଜାର, ଯାନ ବାହାନ ଚଳାଚଳ ମଧ୍ୟ ବନ୍ଦ ରହିଥିଲା । ବରଗଡ଼, ପଦ୍ମପୁର, ଅତାବିରା, ପାଇକମାଳ, ଅଞ୍ଚଳରେ ରାସ୍ତା ଅବରୋଧ କରାଯାଇଥିଲା । ବରଗଡ଼ ଗାନ୍ଧୀ ଛକ ଠାରେ ଆନ୍ଦୋଳନକାରୀ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ । ଏଥିରେ ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ବୟ ସମିତି, ଜୟ କିଶାନ ଆନ୍ଦୋଳନ, ଆଞ୍ଚଳିକ କୃଷକ ମହାସଂଘ, ମାଣ୍ଡୋସିଲ, ରାଜବୋରାସମ୍ବର କୃଷକ ସଂଗଠନ, ପାଇକମାଲ, ନବ ନିର୍ମାଣ କୃଷକ ସଂଗଠନ ସମେତ ବିଭିନ୍ନ ଚାଷୀ ସଙ୍ଗଠନ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏଥିରେ ସାମିଲ ହୋଇଥିଲେ । ସେହିଭଳି ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଜିଲ୍ଲା କଂଗ୍ରେସ, ଆମ ଆଦମୀ ପାର୍ଟି ସାମିଲ ହୋଇଥିଲେ ।

Leave A Reply

Your email address will not be published.