oom

ଝରଣୀପାଲି ଠାରେ କ୍ରେତା ବିକ୍ରେତା ସମ୍ବିଳନୀ

jsmm

ଆଗଲପୁର, (ବିମଳେନ୍ଦୁ ସାହୁ) : ଆଗଲପୁର ବ୍ଲକ ଅନ୍ତର୍ଗତ ଝରଣୀପାଲି ପଞ୍ଚାୟତ କନଫରେନ୍ସ ହଲ ଠାରେ କ୍ରେତା-ବିକ୍ରେତା ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି । ବୃହତ ଉଠା ଜଳସେଚନ ଅଂଚଳରେ ଫସଲର ବିବିଧି କରଣ ଯୋଜନା ତଥା କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡିଶା ସରକାରଙ୍କ ଆୟୋଜନ କ୍ରମେ ପଲ୍ଲୀ ଆଲୋକ ପାଠାଗାର ନଅଗାଁ(ଖ) ଆନୁକୂଲ୍ୟରେ ଏହି ସମ୍ମିଳନୀ ଆୟୋଜିତ ହୋଇଥିଲା । ଅନୁଷ୍ଠାନର ସମ୍ପାଦକ ପ୍ରଶାନ୍ତ ନାୟକଙ୍କ ପରିଚାଳନା କ୍ରମେ ଆୟୋଜିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା କୃଷି ଅଧିକାରୀ ବାବୁଲି ଚରଣ ସେଠି ଓ ସମ୍ମାନିତ ଅତିଥି ଭାବେ ଯୋଜନା ଅଧିକାରୀ ସୁନନ୍ଦା ସାହୁ, ସୂର୍ଯ୍ୟକୁମାର ଦାଶ, ଜ୍ୟୋତ୍ସ୍ନା ଛୁରା, ଶୁଭମ ନାଏକ, ବ୍ଲକ କୃଷି ଅଧିକାରୀ ଆଶିଷ କୁମାର ପାଣିଗ୍ରାହୀ, ସ୍ଥାନୀୟ ସରପଞ୍ଚ ସୁନିତା ସାହୁ, ବୈକୁଣ୍ଠ ଜଗତ, ବସନ୍ତ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ । ଚାଷୀମାନଙ୍କ ସହ କ୍ରେତାମାନେ ସୁସମ୍ପର୍କ ବଢ଼ାଇ ଜ୍ଞାନ ବୃଦ୍ଧି, ଉତ୍ପାଦନରେ କିଭଳି ଉଚିତ ମୂଲ୍ୟ ମିଳିପାରିବ ସେ ଉପରେ ଆଲୋଚନା କରାଯାଇଥିଲା । ଏହି ସମ୍ମିଳନୀରେ ସ୍ଥାନୀୟ ଅଂଚଳର ୪ ଗୋଟି ସିବିଓ ଉପସ୍ଥିତ ରହି ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପଲ୍ଲୀ ଆଲୋକ ପାଠାଗାରର ଗୋବିନ୍ଦ ଚନ୍ଦ୍ର ବିଶି, ପ୍ରହଲ୍ଲାଦ ପଧାନ, ରଞ୍ଜନ ମହାଲିଙ୍ଗ, ପିଣ୍ଟୁ ପଧାନ, ପ୍ରଶାନ୍ତ କୁଅଁର, ସୁଶାନ୍ତ ସା, ଆଶିଷ ବିଶ୍ୱାଳ, କୃଷକ ସାଥି ମହେନ୍ଦ୍ର ପଧାନ, ଅଚ୍ୟୁତ କୁମ୍ଭାର, ଦୁର୍ଗା ପ୍ରସାଦ ସାହୁ, ନିର୍ମଳ ସାହୁ, ସୁଜାତା କୁମ୍ଭାର ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.