ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ବୈଷୟିକ ଜ୍ଞାନ କୌଶଳ ସମ୍ବନ୍ଧୀୟ ସମ୍ମିଳନୀ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ମତ୍ସ୍ୟଜୀବୀମାନଙ୍କ ନିମନ୍ତେ ମାଛ ଚାଷରେ ଅଧିକ ଲାଭବାନ ହେବା ପାଇଁ ଉଦ୍ୟମ ପ୍ରୟାସ ଜାରି କରିବା ପୂର୍ବକ ମାଛ ଚାଷୀମାନଙ୍କ ପାଇ ନିର୍ମିତ ବୈଷୟିକ ଜ୍ଞାନ କୌଶଳ ଯୁକ୍ତ ସାମଗ୍ରୀର ଉନ୍ମୋଚନ ଦିବସ ଗତ ୩ ତାରିଖରେ ବ୍ରହ୍ମପୁର ନିକଟସ୍ଥ ରଙ୍ଗେଇଲୁଣ୍ଡାଠାରେ ଅବସ୍ଥାପିତ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ସମ୍ମିଳନୀ ଗୃହରେ ଆୟୋଜନ କରାଯାଇଥିଲ । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ସଫଳ ଜି.ଆଇ.ଜେଡର ଟିମ୍‌ ଲିଡର ପ୍ରତାପ ସିହ୍ନା, ସନ୍ଦୀପ ନାୟକ, ଡିଏସ୍‌ଏସ୍‌ର ସଭାପତି କେଦାରେଶ୍ୱର ଚୌଧୁରୀ ଓ ପରିଚାଳକ ଚିରଞ୍ଜିତ ମହାନ୍ତି, ଗଞ୍ଜାମ ଜୋନ୍ ଡି.ଡି.ଏଫ୍‌. ର ସୁରେସନ ବେହେରା ଏବଂ ଗ୍ରାମ ଉତ୍ଥାନର ସଭାପତି ଗୋବିନ୍ଦ ଦାଶ, ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ତଥା ଡିନ୍ ସନ୍ତୋଷ କୁମାର୍ ଉଦ୍‌ଗାତା ଯୋଗଦେଇ ଏହି କାର୍ଯ୍ୟକ୍ରମ ମୁଖ୍ୟ ପ୍ରସଙ୍ଗ ଭିତ୍ତିକ ମତ୍ସ୍ୟଜୀବୀଙ୍କୁ ଅଧିକା ସ୍ୱାବଲମ୍ବୀ ସମ୍ପର୍କରେ ବୁଝାଇଥିଲେ । ଏହା ସହ ବହୁ ଏନ୍‌ଜିଓ ସଂଗଠନ କ୍ଷେତ୍ର ପ୍ରତିନିଧିଗଣ, ୨୦୦ ଜଣ ଛାତ୍ରଛାତ୍ରୀ, ୫୦ ଜଣ ମତ୍ସ୍ୟଚାଷୀମାନେ ଯୋଗ ଦେଇ କାର୍ଯ୍ୟକ୍ରମଟିକୁ ସଫଳ ରୂପାୟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସାରା ଓଡ଼ିଶାର ମାଛଚାଷୀଙ୍କ ପାଇଁ ଏକ ଆଶାର ଆଲୋକ ସୃଷ୍ଟି ଦିଗରେ ସହାୟକ ହେବ ବୋଲି କୁହାଯାଇଛି । ଏହା ସହ ମତ୍ସ୍ୟ ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଏକ କ୍ରିୟାଶୀଳ ଭାବ ଜାଗୃତି ସୃଷ୍ଟି କରିଛି । ଏହି ଅବସରରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଚିରସ୍ଥାୟୀ ଚିନ୍ତାଧାରା ତଥା ଦୀର୍ଘସ୍ଥାୟୀକରଣ ପ୍ରଣାଳୀରେ ମାଛଚାଷ ପ୍ରକ୍ରିୟା କରିବା ଉପରେ ବିଭିନ୍ନ ପ୍ରତିଯୋଗିତାମାନ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଡିଏସ୍‌ଏସ୍‌ ଓ ଗିଜ୍ ସୌଜନ୍ୟତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଚାଷୀ ଓ ଛାତ୍ରଛାତ୍ରୀମାନଙ୍କୁ ଚିରସ୍ଥାୟୀ ମାଛ ଚାଷ ସମ୍ବନ୍ଧରେ ଅବଗତ କରାଯାଇଥିଲା । ଯାହାକି ମତ୍ସ୍ୟଜୀବୀମାନେ ଯେପରି କି ସ୍ୱାବଲମ୍ବନଶୀଳ ଓ ମାଛଚାଷରେ କିପରି ଅଧିକା ଲାଭବାନ ହୋଇ ପାରିବେ ସେ ଦିଗରେ କ୍ରିୟାଶୀଳମୂଳକ ପଦକ୍ଷେପ ସମ୍ପର୍କରେ ଏହି ମେଗା ସମ୍ମିଳନୀରେ ଅବଗତ କରଯାଇଥିଲା ।

Leave A Reply

Your email address will not be published.