oom

ଲୋଇସିଂହା ବ୍ଲକସ୍ତରୀୟ ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀ ସମ୍ମିଳନୀ

jsmm

ଲୋଇସିଂହା, (କେପିଏନ୍‌ଏସ୍‌) : ହରେକୃଷ୍ଣ ମହତାବ ଉଚ୍ଚ ବିଦ୍ୟାଳୟଠାରେ ଲୋଇସିଂହା ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କୁ ନେଇ ଏକ ବିଜ୍ଞାନ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି ସମ୍ମିଳନୀରେ ପୂର୍ବତନ ବିଜ୍ଞାନ ସଂଯୋଜକ ଶିବ ପ୍ରସାଦ ତ୍ରିପାଠୀଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇ ତାଙ୍କ ସ୍ଥାନରେ ସର୍ବସମ୍ମତି କ୍ରମେ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ ନୂତନ ବିଜ୍ଞାନ ସଂଯୋଜକ ଭାବେ ଚୟନ କରାଗଲା । ଚଳିତ ବର୍ଷର ବିଜ୍ଞାନ ଆଲୋଚନାଚକ୍ର ରାଧାକ୍ରିଷ୍ଣା ଉଚ୍ଚ ବିଦ୍ୟାଳୟ ହିରାପୁର ଓ ବିଜ୍ଞାନ ପ୍ରଦର୍ଶନୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଶଙ୍ଗଠାରେ ପ୍ରାଥମିକ ବିଦ୍ୟାଳୟ, ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହଯୋଗରେ ଅନୁଷ୍ଠିତ ହେବା ପାଇଁ ସ୍ଥିରୀକୃତ ହେଲା । ବିଭିନ୍ନ ପ୍ରକଳ୍ପ ତିଆରି ପାଇଁ ୱାର୍କସପ୍‌ କାର୍ଯ୍ୟକ୍ରମ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ କୁଟୁରାପାଲି ଏବଂ ହରିହର ଉଚ୍ଚ ବିଦ୍ୟାଳୟ ଯୋଗୀସଡର଼୍ାଠାରେ ଅନୁଷ୍ଠିତ କରାଯିବା ପାଇଁ ସ୍ଥିରୀକୃତ ହେଲା । ଏହି କାର୍ଯ୍ୟକ୍ରମରେ ଲୋଇସିଂହା ବିଇଓ ସୁଶ୍ରୀ ରୀନା କୁମାରୀ ବେହେରା ମୁଖ୍ୟ ଅତିଥି, ଏବିଇଓ ଟଙ୍କଧର ଭୋଇ ସମ୍ମାନୀତ ଅତିଥି ଭାବେ ବ୍ଲକ ବିଜ୍ଞାନ ଆବାହକ ଅଶୋକ କୁମାର ତ୍ରିପାଠୀ, ସ୍ଥାନୀୟ ପ୍ରଧାନ ଶିକ୍ଷକ ଉଦ୍ଧବ ଚରଣ ପଟେଲ, ସହ ସଂଯୋଜକ କରୁଣାକର ପଟେଲ, ପୂର୍ବତନ ସଂଯୋଜକ ଶିବ ପ୍ରସାଦ ତ୍ରିପାଠୀ, ନୂତନ ସଂଯୋଜକ ବିଷ୍ଣୁ ପ୍ରସାଦ ମିଶ୍ର, ପ୍ରାଥମିକ ଶିକ୍ଷକ ସଂଘର ସମ୍ପାଦକ ପର୍ଶୁରାମ ସୁନା, ଓଷ୍ଠା ବ୍ଲକ ସଂପାଦକ ସାରଥୀ ସାହୁ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମଟି ଆବାହକ ଅଶୋକ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଏବଂ ରାଜକୁମାର ଭୋଇଙ୍କ ସଂଯୋଜନାରେ ଅନୁଷ୍ଠିତ ହୋଇଯାଇଛି । ଶେଷରେ ବିଜ୍ଞାନ ଶିକ୍ଷକ ନରେଶ ଦ୍ୱାରୀ ଧନ୍ୟବାଦ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.