oom

କବି ସୁଶାନ୍ତ କୁମାର ନାୟକ ସମ୍ବର୍ଦ୍ଧିତ

jsmm

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱପ୍ନକୁ ସାକାର କରିବାକୁ, ମନ, ପ୍ରାଣ, ଧୈର୍ଯ୍ୟ, ଇଚ୍ଛାଶକ୍ତିକୁ ଏକାକାର କରିବା ସହିତ କଠୋର ସାଧନା କରିବାକୁ ପଡିଥାଏ । ଯାହା କବି ସୁଶାନ୍ତ କୁମାର ନାୟକ କରି ଦେଖାଇଛନ୍ତି । ସୁଦୂର ବୌଦ୍ଧ ମାଟିରେ ଆତ୍ମ ପ୍ରକାଶ କରିଥିବା ଶିକ୍ଷା, ସାହିତ୍ୟ ଓ ସଂସ୍କୃତି ଭିତ୍ତିକ ପତ୍ରିକା “‘ଜ୍ଞାନ ପ୍ରକାଶ” ତା’ର ସପ୍ତମ ବାର୍ଷିକ ଉତ୍ସବରେ କବି ସୁଶାନ୍ତ କୁମାର ନାୟକଙ୍କୁ “ଜ୍ଞାନ ପ୍ରକାଶ ସାହିତ୍ୟ ସମ୍ମାନ ୨୦୨୩” ସମ୍ମାନରେ ସମ୍ବର୍ଦ୍ଧିତ କରିଥିବା ଜଣାପଡିଛି ।
ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ଆୟୋଜିତ ଏହି ବର୍ଣ୍ଣାଢ଼୍ୟ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଅଗ୍ନି ନିର୍ବାପକ ଅଫିସର ମହେଶ୍ଵର ସ୍ବାଇଁ ଯୋଗଦାନ କରିଥିଲେ, ସମ୍ମାନିତ ଅତିଥି ଭାବରେ ପ୍ରଫେସର ଡ.ଲକ୍ଷୀଧର ବେହେରା, ଚିତ୍ତରଞ୍ଜନ ପାଣିଗ୍ରାହୀ, ଡେପୁଟି ଡିରେକ୍ଟର ଏଲିମେଣ୍ଟାରି ଏଜୁକେସନ, ଓଡ଼ିଶା ସରକାର, ରାଜେନ୍ଦ୍ର ମେହେର ଚିଫ୍ ଏଜୁକେସନ ଅଫିସର ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରତିଷ୍ଠାତା ଜ୍ଞାନ ଚାନ୍ଦ ଶତପଥୀ, ସମ୍ପାଦକ ସରୋଜ କୁମାର ସାହୁ, କଣ୍ଠଶିଳ୍ପୀ ଶୈଳଭାମା ଏବଂ ସହ ସମ୍ପାଦିକା ଅମ୍ବିକା ସ୍ୱାଇଁ ମଞ୍ଚାସୀନ ଥିଲେ ।

jittmm
Leave A Reply

Your email address will not be published.