ମିଶନ ଶକ୍ତି ବିଭାଗ ଦ୍ୱାରା ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଓ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସମ୍ବର୍ଦ୍ଧିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଓଡିଶା କନକ୍ଲେଭ୍‌ ୨୦୨୨ ତା.୩୦ ନଭେମ୍ବରରୁ ତା.୦୪ ଡିସେମ୍ବର ୨୦୨୨ ପର୍ଯ୍ୟନ୍ତ ଚାଲୁଥିବା ବେଳେ ଏହି ଅବସରରେ ସୁବର୍ଣ୍ଣପୁର ଜିଲ୍ଲାର ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଭିନବ ରୋଜଗାରଭିତ୍ତିକ ନିଦର୍ଶନ ସ୍ୱରୂପ ମିଶନ ଶକ୍ତି ବିଭାଗ ଓଡିଶା ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ବିଶେଷ ସମ୍ବର୍ଦ୍ଧନା ଟ୍ରଫି ମନ୍ତ୍ରୀ, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ ଉପସ୍ଥିତ ରାଧାକୃଷ୍ଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାଙ୍କୁ ପ୍ରଦାନ କରିଥିଲେ । ଏହି ବିଶେଷ ଅବସରରେ ମୁଖ୍ୟମନ୍ତ୍ରୀ, ଓଡିଶା ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର, ୫ଟି ସଚିବ ଭି. କେ ପାଣ୍ଡିଆନ, ମିଶନ ଶକ୍ତି ବିଭାଗର ପ୍ରମୁଖ ସଚିବ ସୁଜାତା କାର୍ତ୍ତିକେୟନଙ୍କ ସହ ବହୁ ଅଧିକାରୀ ବିଶିଷ୍ଟ ବ୍ୟକ୍ତି ବିଶେଷ ପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉକି, ଏକ ଜିଲ୍ଲା ଏକ ଉତ୍ପାଦ ଭିତ୍ତିରେ ସୁବର୍ଣ୍ଣପୁର ଜିଲ୍ଲାରେ ଆମ୍ବ ଚାଷ ଓ ଆମ୍ବ ଉତ୍ପାଦନକୁ ଜିଲ୍ଲାରେ ଗୁରୁତ୍ୱ ପ୍ରଦାନ କରାଯାଇଛି । ଚଳିତ ବର୍ଷ ଜିଲ୍ଲାରେ ୨୦୦୦୦ ମେଟ୍ରିକ ଟନ ଆମ୍ବ ଉତ୍ପାଦନ କରାଯାଇ ତା’ର ସଫଳ ପ୍ରକ୍ରିୟାକରଣ ପୂର୍ବକ ଆମ୍ବ ଆଇସକ୍ରିମ ପ୍ରସ୍ତୁତ କରାଯାଇ ଏକ ସୁବ୍ୟବସ୍ଥିତ ଢଙ୍ଗରେ ବଜାରୀକରଣ କରାଯାଇ ପାରିଛି । ଏହାକୁ ସଫଳ ଏବଂ ଭବିଷ୍ୟତ ଦୃଢ଼ୀଭୂତ ବଜାର ନିମନ୍ତେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ଗଜଲକ୍ଷ୍ମୀ ଉତ୍ପାଦକ ଗୋଷ୍ଠୀ, ରାଧାକୃଷ୍ଣ ମହିଳା ଗୋଷ୍ଠୀ ପ୍ରମୁଖ ସାମିଲ ରହିଥିବା ବେଳେ ସୁବର୍ଣ୍ଣାଶ୍ରୀ ଉତ୍ପାଦକ କମ୍ପାନୀ ଦ୍ୱାରା ଏହି ଆଇସକ୍ରିମର ସଫଳ ବଜାରୀକରଣ ନିମନ୍ତେ ଆବଶ୍ୟକ ସୁବ୍ୟବସ୍ଥା ଓ ପରିଚାଳନା କରାଯାଉଛି । ପୁନଶ୍ଚ ଏହି ବିଶେଷ ସମାରୋହରେ ଜିଲ୍ଲା ମିଶନ ଶକ୍ତି ଦ୍ୱାରା ଗଠିତ ସୀତାରାମ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ମଧ୍ୟ ସଫଳ ଉଦ୍ୟୋଗୀର ନିଦର୍ଶନ ସ୍ୱରୂପ ପୁରସ୍କୃତ ହୋଇଛି । ଏହି ଗୋଷ୍ଠୀ ୨୦୧୮ରେ ଗଠିତ ହୋଇଥିବା ବେଳେ ବର୍ତ୍ତମାନ ଏହି ଗୋଷ୍ଠୀ ଦ୍ୱାରା ଜିଲ୍ଲାରେ ଛତୁ ମଞ୍ଜି ଉତ୍ପାଦନ କେନ୍ଦ୍ର ସହ ଛତୁ ଉତ୍ପାଦନ ଓ ତାଲିମ, ମସଲା ଉତ୍ପାଦନ ସହିତ କାଗଜ ଖଲି ଓ ପ୍ଲେଟ ଉତ୍ପାଦନ କରି ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହୋଇ ଅନ୍ୟମାନଙ୍କୁ ରୋଜଗାର ଓ ଆର୍ଥିକ ସ୍ୱଚ୍ଛଳ କରି ଜିଲ୍ଲା ପାଇଁ ଉଦାହରଣ ହୋଇପାରିଛି । ଏହି ସମ୍ବର୍ଦ୍ଧନା ଗ୍ରହଣ ଅବସରରେ ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି ସିଇଓ ଓରମାସ ଯୁବରାଜ ସାହୁ, ଡିପିଏମ ଫ୍ରାନସିସ ଲାକ୍ରା, ଓଡିପିସି ମିଶନ ଶକ୍ତି କାର୍ତ୍ତିକ ଚନ୍ଦ୍ର ନାୟକ ତଥା ଜିଲ୍ଲା ଉତ୍ପାଦକ ଗୋଷ୍ଠୀ ସୁବର୍ଣ୍ଣାଶ୍ରୀର ସଦସ୍ୟା ବୃନ୍ଦ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.