
ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ସମଗ୍ର ରାଜ୍ୟରେ ବରଗଡ଼ ଜିଲ୍ଲା ଶ୍ରେଷ୍ଠ କୃଷି ଭିତ୍ତିକ ଜିଲ୍ଲା ଭାବେ ପୁରସ୍କୃତ ହୋଇଥିବା ବେଳେ ବରଗଡ଼ ଜିଲ୍ଲାପାଳ ମୋନୀଷା ବେନର୍ଜୀଙ୍କୁ ରାଜ୍ୟ ସରକାର ପୁରସ୍କୃତ କରିଛନ୍ତି । ଏଥିରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଉଦ୍ୟମ ପ୍ରଶଂସନୀୟ ଅଟେ । ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କଠାରୁ ବରଗଡ଼ ଜିଲ୍ଲାପାଳ ବରଗଡ଼ ମାନପତ୍ର ଗ୍ରହଣ କରିଥିଲେ । ଏହି ପୁରସ୍କାର ଜିଲ୍ଲାର ସମସ୍ତ କୃଷକ ଭାଇଙ୍କ ଉଦ୍ୟମର ଫଳ ଅଟେ ବୋଲି ଆଜି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ କୃଷକମାନଙ୍କ ସମର୍ଦ୍ଧନା ଉତ୍ସବରେ ପ୍ରକାଶ କରିଥିଲେ । ଏଥିରେ ୧୨ଟି ବ୍ଲକର ଚାଷୀ ପ୍ରତିନିଧିମାନଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଏବଂ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ପୁଷ୍ପଗୁଚ୍ଛ ଓ ଉପଢ଼ୌକନ ଦେଇ ସମ୍ମାନିତ କରିଥିଲେ । ସେହିପରି କୃଷକମାନଙ୍କ ପକ୍ଷରୁ କିଶୋର ଦେବତା ମଧ୍ୟ ଜିଲ୍ଲାପାଳଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା । ପଶ୍ଚିମ ଓଡିଶା କଳାକାର ମହାସଂଘ ତରଫରୁ ମହାସଂଘର ଅଧ୍ୟକ୍ଷ ଚୈତନ୍ୟ ପାଇକ, ମିଳିତ କଳାକାର ମଞ୍ଚର ଅଧ୍ୟକ୍ଷ ଶଙ୍କର ପଟ୍ଟନାୟକ, ବରିଷ୍ଠ ସଦସ୍ୟ ଖଗେଶ୍ୱର ସାହୁ, ସନ୍ତୋଷ ସାହୁ, ପଞ୍ଚାନନ ମହାପାତ୍ର, ଜଟାଧାରୀ ପ୍ରଧାନ, ରାଜେଶ ବାରିକ ପ୍ରମୁଖ କଳାକାର ମଣ୍ଡଳୀ ତାଙ୍କୁ କାର୍ଯ୍ୟଳୟରେ ଭେଟି ବରଗଡ଼ ଜିଲ୍ଲାର ଏହି ସଫଳତା ପାଇଁ ଜିଲ୍ଲାପାଳଙ୍କୁ ଶୁଭେଛା ଓ ଅଭିନନ୍ଦନ ଜ୍ଞାପନ କରିବା ସହ ବରଗଡ଼ ଜିଲ୍ଲାର ସମସ୍ତ କୃଷକ ଭାଇମାନଙ୍କୁ ମଧ୍ୟ ଅଭିନନ୍ଦନ ଜଣାଇଥିଲେ । ପରେ ବୀମା ଯୋଜନାରେ ଅଧିକ ହିତାଧିକାରୀ ସାମିଲ ପାଇଁ ଓ ବିଭିନ୍ନ ସୁବିଧା ଅସୁବିଧା ବିଷୟରେ ବୀମା ପ୍ରତିନିଧି ଦଳ ସହ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଓ ଅଧିକାରୀମାନେ ଆଲୋଚନା କରିଥିଲେ ।