pakka

ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନ୍ ପକ୍ଷରୁ ବିସିସିଆଇ ସଦସ୍ୟ ହରିନାରାୟଣ ପୂଜାରୀଙ୍କୁ ସମ୍ବର୍ଦ୍ଧନା

bbehera

ବଲାଙ୍ଗିର, (କେପିଏନଏସ୍) : ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନ୍ ପକ୍ଷରୁ ବିସିସିଆଇରେ ନୂତନ ଭାବେ ଟୁର୍, ଫିକ୍ଚର ଓ ଟେକ୍ନିକାଲ ସଦସ୍ୟ ଭାବେ ନିଯୁକ୍ତ ହରିନାରାୟଣ ପୂଜାରୀଙ୍କୁ ସାମ୍ବାଦିକ ଭବନରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଲୋଇସିଂହା ବ୍ଲକର ଝାରମୁଣ୍ଡା ଏଥେଲେଟିକ୍ସ ଏସୋସିଏସନର ସଭାପତି ଶ୍ୟାମସୁନ୍ଦର ମେହେର, ସଂପାଦକ ସଚ୍ଚିଦାନନ୍ଦ ସାହୁ, ଉପସଭାପତି ସୁଧାଂଶୁ ମହାକୁର ଓ ସାଂସ୍କୃତିକ ସଂପାଦକ ମନୋଜ କୁମାର ଧରୁଆ ଶ୍ରୀ ପୂଜାରୀଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି।

jay balangir
Leave A Reply

Your email address will not be published.

five × 1 =