ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ଫୁଟବଲ୍ ପ୍ରତିଯୋଗିତାରେ ଚାମ୍ପିଅନ ଜରାସିଂହା ଡିଗ୍ରୀ ମହାବିଦ୍ୟାଳୟର ଖେଳାଳିଙ୍କୁ ଦେଓଗାଁ ବ୍ଲକ ଜରାସିଂହା ଶାଶ୍ଵତ ଡିଗ୍ରୀ ମହାବିଦ୍ୟାଳୟରେ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଖେଳ ଶିକ୍ଷକ ନଳିନୀକାନ୍ତ ପ୍ରଧାନଙ୍କ ନେତୃତ୍ୱରେ ଖେଳିବାକୁ ଯାଇ ଫାଇନାଲ ଖେଳରେ କୁଶଙ୍ଗ ଦଳ ବିପକ୍ଷରେ ଖେଳି ୪/୦ଗୋଲରେ ବିଜୟୀ ହୋଇଥିଲେ । ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଷ୍ଣୁ ଚରଣ ସାହୁଙ୍କ ସଂଯୋଜନାରେ କଲେଜ ଖେଳାଳି ଜିତିଥିବ ଟ୍ରଫି ଅଧ୍ୟକ୍ଷ ପୁରୁଷୋତ୍ତମ ମେହେରଙ୍କୁ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଅଧ୍ୟକ୍ଷ ଶ୍ରୀ ମେହେର ଖେଳାଳିଙ୍କୁ ସମ୍ବର୍ଦ୍ଧନା ଜଣାଇଥିଲେ । ଛାତ୍ରୀ ଭାରତୀ ଦୀପ ସ୍ୱାଗତ ସଙ୍ଗୀତ ଗାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ ଜଗଦୀଶ ସିଂ ବାବୁ, ବ୍ୟାସଦେବ ଦଣ୍ଡସେନା, ଆଲୋକ ମେହେର, ଛାତ୍ରଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପକ ବିନ୍ଦୁ ସାଗର ବେହେରା, ସଂଗୀତା ମେହେର, ଶ୍ରୀତମ ଯୋଶୀ, ପ୍ରମୋଦ ମେହେର, ଧନେଶ୍ଵର ଥନାପତି, ଶଙ୍କର ପ୍ରଧାନ, ସନ୍ତୋଷ ଝାଙ୍କର, ସରୋଜ ସାମଲ, କିଶୋର ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ନିବାସ ଗଡ଼ତ୍ୟା ଧନ୍ୟବାଦ୍ ଅର୍ପଣ କରିଥିଲେ ।
Prev Post