oom

ପ୍ରଧାନ ଶିକ୍ଷକଙ୍କୁ କ୍ଲଷ୍ଟରସ୍ତରୀୟ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଶିକ୍ଷା ବିଭାଗ ଅଧୀନ ସ୍ଥିତ ବେସିସ୍‌ ସ୍କୁଲ କେନ୍ଦ୍ର ବିଦ୍ୟାଳୟ ଠାରେ ଖର୍ଲିକାନୀ ସରକାରୀ ପ୍ରକଳ୍ପ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ବିନ୍ୟାବିନ ତାଣ୍ଡିଙ୍କୁ ଶନିବାର କ୍ଲଷ୍ଟରସ୍ତରୀୟ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ସଭା ପ୍ରାରମ୍ଭରେ ଶିକ୍ଷୟତ୍ରୀ ଶ୍ରଦ୍ଧାଞ୍ଜଳି ନନ୍ଦ ବିଦାୟ ସମ୍ବର୍ଦ୍ଧନା ସଂଗୀତ ଗାନ କରିଥିଲେ । ଉକ୍ତ ସଭାରେ ବେସିସ୍‌ ସ୍କୁଲ ପ୍ରଧାନ ଶିକ୍ଷୟତ୍ରୀ ମିନତୀ ବୈକାରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବରେ ଯୁନାନୀମାଲ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଟିକେଲାଲ ମେହେର ସମ୍ମାନିତ ଅତିଥି ତେତେଲ ପଦର ପ୍ରଧାନ ଶିକ୍ଷକ ତରୁଣ ସୁନା, ନୋଡାଲ ହାଇସ୍କୁଲ ଶିକ୍ଷୟତ୍ରୀ ବାସନ୍ତୀ ହୋତା ପ୍ରମୁଖ ଯୋଗଦାନ କରିଥିଲେ । ଏଥିରେ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡି ଶିକ୍ଷାଦାନ କ୍ଷେତ୍ରରେ ଜଣେ କର୍ତ୍ତବ୍ୟ ନିଷ୍ଠା ଶିକ୍ଷକ ଭାବେ ଅଞ୍ଚଳରେ ବେଶ ଜଣାଶୁଣା ଥିଲେ । ଏହା ସହିତ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟ ବେଶ ଆଗ୍ରହ କରୁଥିଲେ । ତାଙ୍କର ଅବସର ଜୀବନ ସୁସ୍ଥ ଓ ନିରାମୟ ହେଉ ବୋଲି ଅତିଥିମାନେ କାମନା କରିଥିଲେ । ଏହି ପରିପେକ୍ଷୀ ଶ୍ରୀ ତାଣ୍ଡିଙ୍କୁ ଉପଢେ଼øକନ ସହ ମାନପତ୍ର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ସିଆର୍‌ସିସି ଶେଷଦେବ ପ୍ରଧାନ ପରିଚାଳନା କରିଥିବା ବେଳେ ଶିକ୍ଷୟତ୍ରୀ ହିରଣମୟୀ ପୃଷେଠ ଧନ୍ୟବାଦ ପ୍ରଦାନ କରିଥିଲେ । ଏହି ସମୟରେ ସହକାରୀ ଶିକ୍ଷକ ଲିଙ୍ଗରାଜ ସାହୁ, ମୁକୁନ୍ଦ ସାହୁ, ମନୋହର ରଣା, ରୁପାଧର ବିଶି, ସିଆର୍‌ସିସି ମନୋଜ ସାହୁ, ଶିକ୍ଷୟତ୍ରୀ ରେବତୀ ମାଝୀ, ରାଜେଶ୍ୱରୀ ବଗର୍ତି, ଗୀତାଞ୍ଜଳି ମହାକୁର , ରିନୁ ସାହୁ, ରଶ୍ମିତା ବରିହା, ଉମା ପ୍ରଶାଦିନି ମେହେର, ସୁପାଲି ପାଣ୍ଡେ, ନିରବତୀ ଭୋଇ, ରଶ୍ମିତା ବିଶ୍ୱାଲ, ନିଲିପ୍ତା ବସ୍ତିଆଙ୍କ ସମେତ ଶିକ୍ଷକ ଶିକ୍ଷୟତ୍ରୀମାନେ ଉପସ୍ଥିତ ଥିଲେ । ଏହାପରେ ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଏକତ୍ରିତ ହୋଇ ପ୍ରଧାନ ଶିକ୍ଷକ ଶ୍ରୀ ତାଣ୍ଡିଙ୍କୁ ନିଜ ବାସଭବନ ପିତାମହୁଲ ଘରକୁ ଛାଡିବା ନେଇ ଦେଇଥିଲେ ।

jittmm
Leave A Reply

Your email address will not be published.