oom

ଓମ୍ ଭ୍ୟାଲି ବିଦ୍ୟାଳୟର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଏବଂ ନବାଗତ ଛାତ୍ରଛାତ୍ରୀଙ୍କ ସ୍ଵାଗତ ସମାରୋହ ଆୟୋଜିତ

jsmm

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ଏକ ଅଗ୍ରଣୀ ଇଂରାଜୀ ମୀଡ଼ିଅମ୍ ବିଦ୍ୟାଳୟ ଭିତରୁ ଓମ୍‌ ଭ୍ୟାଲି ଅନ୍ୟତମ । ଶିକ୍ଷା ଓ ସମ୍ଭାବନାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଓମ୍‌ ଭ୍ୟାଲି ବିଦ୍ୟାଳୟ ତରଫରୁ ଶୁକ୍ରବାର ଅପରାହ୍ନରେ ଏକ ଭବ୍ୟ ସ୍ଵାଗତ ସମାରୋହ ଆୟୋଜିତ ହୋଇଯାଇଛି । ବିଦ୍ୟାଳୟର ପ୍ରାକ୍ତନ ଛାତ୍ରଛାତ୍ରୀ ଏବଂ ଅଭିଭାବକ ତଥା ନବାଗତ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ଅଭିଭାବକମାନେ ଉକ୍ତ ସମାରୋହରେ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରିଛନ୍ତି । ସମ୍ମାନିତ ଅତିଥିମାନଙ୍କ ଦ୍ଵାରା ଦୀପ ପ୍ରଜ୍ଜ୍ୱଳନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ବାଳିକା ମାନଙ୍କ ଦ୍ଵାରା ରଙ୍ଗାରଙ୍ଗ ସାଂସ୍କୃତିକ ନୃତ୍ୟ ପ୍ରଦର୍ଶନ ପୂର୍ବକ ଅତିଥି ମାନଙ୍କୁ ସ୍ଵାଗତ କରାଯାଇଥିଲା । ବାଳିକାମାନଙ୍କ ଦ୍ୱାରା ଶାରୀରିକ କ୍ରୀଡା ପ୍ରଦର୍ଶନ କରାଯାଇଥିଲା । ବିଦ୍ୟାଳୟର ପ୍ରଧାନାଚାର୍ଯ୍ୟ ମହେଶ୍ଵର ପ୍ରସାଦ ମିଶ୍ର ସ୍ଵାଗତ ଅଭିଭାଷଣ ସହିତ ସମାଜ ପ୍ରତି ଶିକ୍ଷା ଓ ଶିକ୍ଷାର୍ଥୀଙ୍କ କର୍ତ୍ତବ୍ୟ ସଂପର୍କରେ ଆଲୋଚନା କରିଥିଲେ । ଏହି ଅବସରରେ ବିଦ୍ୟାଳୟର ପରିଚାଳନା ସମିତି ସଦସ୍ୟ ପ୍ରଦୀପ ମହାନ୍ତି, ରଘୁ ରଥ ଏବଂ ରାକେଶ ଜୈନ, ଡ. ମୋହନ ଲାଲ ଜୈନ ଅତିଥି ଭାବରେ ଯୋଗଦେଇଥିଲେ । ପରିଚାଳନା ସମିତି ଉପଦେଷ୍ଟା ଡ. ରବିନ ଚନ୍ଦ୍ର ପରମାଣିକ ସମାରୋହର ମହତ୍ତ୍ଵ ଏବଂ ଦେଶ ଗଠନରେ ଛାତ୍ରଛାତ୍ରୀଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ବିଦ୍ୟାଳୟର ପ୍ରାକ୍ତନ କୃତି ଛାତ୍ରଛାତ୍ରୀଙ୍କୁ ଏହି ଅବସରରେ ସମ୍ବର୍ଦ୍ଧିତ କରାଯାଇଥିଲା । ସମାଜ କଲ୍ୟାଣର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟର ଗୌରବ ବୃଦ୍ଧି କରିଥିବା ସଫଳ ବିଦ୍ୟାର୍ଥୀଙ୍କ ପାଇଁ ବିଦ୍ୟାଳୟ ପରିସର ହର୍ଷୋଲ୍ଲାସରେ ପୂରି ଉଠିଥିଲା । ବିଦ୍ୟାଳୟର ସର୍ଗୀଗୁଡା ସ୍ଥିତ କନିଷ୍ଠ ବିଭାଗରେ ବନ ମହୋତ୍ସବ ପାଳନ କରାଯାଇଥିଲା । ଏହି ଅବସରରେ କୁନି କୁନି ଶିଶୁମାନଙ୍କ ମଧ୍ୟରେ ଶିଶୁଗୀତ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧିତ ସମାରୋହରେ ବିଦ୍ୟାଳୟ ଯେଉଁମାନଙ୍କ ପାଇଁ ଗର୍ବିତ ସେମାନଙ୍କୁ ମଞ୍ଚ ଉପରକୁ ଡାକି ସମ୍ବର୍ଦ୍ଧିତ କରାଯାଉଥିବା ଛାତ୍ରଛାତ୍ରୀ ହେଲେ ଲିପୁନ ବେହେରା,(୨୦୨୩ ଜେଇଇ), ଶ୍ରୀୟା ଷଡ଼ଙ୍ଗୀ (ଜେଇଇ ଏଡଭାନ୍ସ ୨୦୧୯), ଓମ୍‌କାର ଜୈନ (ଜେଇଇ ଏଡଭାନ୍ସ ୨୦୨୦), ଚିରାଗ ଅଗ୍ରୱାଲ (ଜେଇଇ ମେନ୍ସ ୨୦୨୩), ଆକାଶ ଶର୍ମା (ଆଇଆଇଟି ମେକାନିକାଲ ୨୦୧୭), ରମାକାନ୍ତ ସାହୁ (ଏନ୍. ଇ. ଇ. ଟି.୨୦୨୧), ଡ. ସ୍ଵାତୀ ଶର୍ମା (ଏମ୍. ବି. ବି. ଏସ୍ ୨୦୧୬), ମାସୁମ ଅଗ୍ରୱାଲ (ଏମ୍. ବି.ବି.ଏସ୍), ଆଦିତ୍ୟ ମିତ୍ତଲ (ସିଏ), ଡ. ଅସିତ ମହାନ୍ତି (ଡାକ୍ତର), ହଂସିକା ଅଗ୍ରୱାଲ, ଶୁଭମ୍ ରଥ, ମହେନ୍ଦ୍ର ସିଂ ସୁନା (ଜେଇଇ ଏଡଭାନ୍ସ ୨୦୨୩) । ସମ୍ବର୍ଦ୍ଧିତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ଏବଂ ତାଙ୍କର ଅଭିଭାବକ ମାନେ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ଓ ପରିଚାଳନା କମିଟି ସଦସ୍ୟଙ୍କୁ ଉତ୍ତମ ଶିକ୍ଷା ସଂସ୍କାର ଯୋଗାଇବା ସହ ସତ ମାର୍ଗ ଦେଖେଇ ଥିବାରୁ ତାଙ୍କୁ ଧନ୍ୟବାଦ୍ ଜ୍ଞାପନ କରିଥିଲେ ।

jittmm
Leave A Reply

Your email address will not be published.