oum

ମୁରିବାହାଲ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ଏନ୍‌. ଜେ. ଥିଓଫିଲଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

jsm

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ରୂପେ କାର୍ଯ୍ୟ କରୁଥିବା ଏନ୍. ଜେ. ଥିଓଫିଲ ଜୁନ ୩୦ତାରିଖ ଦିନ ନିଜ ଦୀର୍ଘ ଚାକିରୀ ଜୀବନରୁ ଅବସର ଗ୍ରହଣ କରିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ବୁଧବାର ହଳଦୀ ପଞ୍ଚାୟତ କାର୍ଯ୍ୟାଳୟଠାରେ ଅନୁଷ୍ଠିତ ଏକ ଉତ୍ସବରେ ତାଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଉତ୍ସବର ମୁଖ୍ୟ ଆକର୍ଷଣ ଏନ୍. ଜେ. ଥିଓଫିଲଙ୍କ ସହ ବ୍ଲକ ଏଇଇ ଅବିନାଶ ମୁଦି ମୁଖ୍ୟ ଅତିଥି, ନୂତନ ଭାରପ୍ରାପ୍ତ ଜିପିଡିଓ ଗଙ୍ଗାଧର ଛତର, ସେକ୍ସନ ଅଫିସର ରାଜେନ୍ଦ୍ର ନାୟକ, ଅବସରପ୍ରାପ୍ତ ପିଇଓ ଆନନ୍ଦ ପୁଟା, ବରିଷ୍ଠ ସାମ୍ବାଦିକ ଶ୍ରୀବତ୍ସ ବେହେରା, ଦୁର୍ଗାନନ୍ଦ ମହାକୁର, ଏପିଓ ବସନ୍ତ ବଳିଆର ସିଂ, ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ସଭାପତି ରଶ୍ମୀରଞ୍ଜନ ନାଗ, ସମ୍ପାଦକ ସୁଧାଂଶୁ ଶେଖର ପଟ୍ଟନାୟକ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇ ଶ୍ରୀ ଥିଓଫିଲଙ୍କ ଦୀର୍ଘ ଚାକିରୀ ଜୀବନର ଗୁଣାବଳୀ ବର୍ଣ୍ଣନା କରିଥିଲେ । ନିଜ ବକ୍ତବ୍ୟରେ ଶ୍ରୀ ଥିଓଫିଲ ୧୨/୦୨/୧୯୮୬ରୁ ୩୧/୦୩/୨୦୨୦ ପର୍ଯ୍ୟନ୍ତ ଭିଏଲ୍‌ଡବ୍ଲୁ ଓ ପିଇଓ ଚାକିରୀ ତଥା ୦୧/୦୨/୨୦୨୦ରୁ ୩୦/୦୬/୨୦୨୪ ପର୍ଯ୍ୟନ୍ତ ମୁରିବାହାଲ ଜିପିଡିଓ ରୂପେ ଚାକିରୀ ଜୀବନର ଦୀର୍ଘ ଅନୁଭୂତି ବର୍ଣ୍ଣନା କରି ଭାବବିହ୍ୱଳ ହୋଇପଡ଼ିଥିଲେ । ଏହି ଅବସରରେ ମୁରିବାହାଲ ବ୍ଲକ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ସଂଘ ପକ୍ଷରୁ ପ୍ରଥମେ କେକ୍‌ କାଟି ତାଙ୍କୁ ଉପଢୌକନ ସହ ସମ୍ମାନୀତ କରି ତାଙ୍କୁ ଅବସର ପରବର୍ତ୍ତୀ ଜୀବନର ସୁଖସମୃଦ୍ଧି କାମନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଗଣାଧିପ ପୋଡ଼, ରଞ୍ଜନ କୁମାର ରଣା, କମ୍ବୁଚରଣ ବାଗ, ଅର୍ଜୁନ ଛୁରା, ସୀତାକାନ୍ତ ବେହେରା, ଦୁର୍ଯ୍ୟୋଧନ ମେହେର, ପ୍ରକାଶ ପନିକା, ଚନ୍ଦ୍ରିକା ସେଠ, ଅଭିଷେକ ରଥ, ମହେଶ କୁମାର ବେହେରା, ପ୍ରତିଭା ଛତ୍ରିଆ, କରୁଣା ଧରୁଆ, ରାଧାକୃଷ୍ଣ ନାଗ, ଆସ୍ତିକ ପୁଟେଲ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ କନିଷ୍ଠ ଯନ୍ତ୍ରୀ, ଜିଆର୍‌ଏସ୍‌, ଯୋଗାଣ ସହାୟକଙ୍କ ସହ ସମସ୍ତ ବ୍ଲକ କର୍ମଚାରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.