oom

ସାଂସଦ ପ୍ରଦୀପ ପୁରୋହିତଙ୍କୁ ପାଇକମାଲ ଲାୟନ୍ସ କ୍ଲବ ତରଫରୁ ସମ୍ବର୍ଦ୍ଧନା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ସାଧାରଣ ନିର୍ବାଚନରେ ବିପୁଳ ଭୋଟ ବ୍ୟବଧାନରେ ବିଜୟ ଲାଭ କରିଥିବା ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କୁ ନୃସିଂହନାଥ ନିକଟସ୍ଥ କସ୍ତୁରବା ଗାନ୍ଧୀ ମାତୃ ନିକେତନ ଯାଇ ବଂହିକନ୍ୟା ତଥା ସ୍ୱାଧୀନତା ସଂଗ୍ରାମୀ ପାର୍ବତୀ ଗିରୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ । ତାଙ୍କ ସଙ୍ଗେ ଧର୍ମପତ୍ନୀ ପ୍ରତିମା ପୁରୋହିତ ଯାଇ ଆଶ୍ରମ ଅନ୍ତେବାସୀଙ୍କୁ ଆଇସ୍‌କ୍ରିମ୍‌ ତଥା ସରବତ ପ୍ରଦାନ କରିବା ସହ ଆଶ୍ରମର ଉନ୍ନତି ପାଇଁ ସବୁବେଳେ ସକ୍ରିୟ ଯୋଗଦାନ କରିବି ବୋଲି ପ୍ରତିଶ୍ରୁତି ଦେଇଥିଲେ । ସେହିପରି ନୃସିଂହନାଥ ଲାୟନ୍ସ କ୍ଲବ ପାଇକମାଲ ପକ୍ଷରୁ ଫୁଲ ତୋଡ଼ା, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଅଞ୍ଚଳର ବିକାଶ ଦିଗରେ ସବୁ ପ୍ରକାର ଚେଷ୍ଟା କରିବାକୁ କ୍ଲବର ସଦସ୍ୟ ମାନେ ଅନୁରୋଧ କରିଥିଲେ । ଲୟନ୍ସ କ୍ଲବର ନନ୍ଦଲାଲ ନୟକ ଜନାର୍ଦ୍ଦନ ପଣ୍ଡା, ଡା. ଲମ୍ବୋଦର ପଣ୍ଡା, ଡା. ରାଜୀବ ପଟ୍ଟନାୟକ, ଶ୍ୟାମଲାଲ ପ୍ରଧାନ, ମୀନକେତନ ବେହେରା, ରାଧେଶ୍ୟାମ ମେହେର, କୀର୍ତ୍ତନ ସୋନି, ଆନନ୍ଦ ଅଗ୍ରୱାଲ, କିଶୋର ବାରିକ, ଅଶୋକ ତାୟଲ, ମୁକେଶ ଅଗ୍ରୱାଲ, ମହମ୍ମଦ ଇଜାଜ, ଡେଭିଡ ମିଶ୍ର ପ୍ରମୁଖ ସମ୍ବର୍ଦ୍ଧନା ସମୟରେ ଉପସ୍ଥିତ ଥିଲେ । ସମସ୍ତଙ୍କ ସହଯୋଗରେ ବିକାଶଧାରା ଆଗକୁ ବଢ଼ି ଚାଳିବ ବୋଲି ଆଲୋଚନା ହୋଇଥିଲା । ସେଥିରେ ଅଞ୍ଚଳବାସୀଙ୍କ ପ୍ରମୁଖ ଭୂମିକା ରହିବ ବୋଲି ସାଂସଦ ପୁରୋହିତ କହିଥିଲେ ।

jittmm
Leave A Reply

Your email address will not be published.