centurian jitm

ସିଆଲବାହାଲି ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସଙ୍କୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା

nschool

ଡୁଙ୍ଗୁରିପାଲି, (କେନିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସରଗୁଲ କ୍ଲଷ୍ଟରର ସିଆଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ଦାସଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ସିଆଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସେ ଦୀର୍ଘ ୯ ବର୍ଷ ଧରି ସିଆଲବାହାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଚାକିରି କାଳର ସ୍ମୃତି ଅନୁଭୂତି ବର୍ଣ୍ଣନା କରିଥିଲେ । ବିଦ୍ୟାଳୟ ପରିଚାଳନା କମିଟି ସଭାପତି କୈଳାସ ଚନ୍ଦ୍ର ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଚେରୁପାଲି ସାଧନ କେନ୍ଦ୍ର ସଂଯୋଜକ ଦିଲୀପ ପଧାନ ସଂଯୋଜନା କରିଥିଲେ । ବ୍ଲକ ଶିକ୍ଷାଧିକାରୀ ଗଣେଷ କିଷାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉଦ୍‌ଘାଟନ କରିଥିଲେ । ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ବି.ଆର.ସି.ସି ଗଞ୍ଜଳୁ ମିର୍ଧା, ସହ ଗୋଷ୍ଠୀ ଶିକ୍ଷାଧିକାରୀ ବଟକୃଷ୍ଣ ପାଢ଼ୀ, ସହଗୋଷ୍ଠୀ ଶିକ୍ଷାଧିକାରୀ ଜଗତ ମଲ୍ଲିକ, ସରଗୁଲ ସି.ଆର.ସି.ସି. ଥବିର ବୁଡ଼େକ, ବ୍ଲକ ଶିକ୍ଷକ ସଙ୍ଘ ସଭାପତି ଲୋକନାଥ ଦଣ୍ଡସେନା, ସମଲେଇଚୁଆଁ ସି.ଆର.ସି.ସି ସୁରେଶ ପୂଜାରୀ, ଇଚ୍ଛାପୁର ସି.ଆର.ସି.ସି ସୁଧାଂସୁ ସାହୁ, ତମାମୁରା ସି.ଆର.ସି.ସି ସଲିଲ ସାହୁ, ଅନ୍ଧାରିବାଞ୍ଜି ସି.ଆର.ସି.ସି ଚିତ୍ତରଞ୍ଜନ ଠାକୁର, ଡୁଙ୍ଗୁରିପାଲି ସି.ଆର.ସି.ସି ଥବୀର ଦୋରା, ସହଲା ସି.ଆର.ସି.ସି ପୌଲସ୍ତି ବାରିକ, ଶୁଖା ସି.ଆର.ସି.ସି ସୁରେଶ ନାୟକ, ଚିନାଜୁରୀ ସି.ଆର.ସି.ସି ରମେଶ ଭୋଇ, ଗଜବନ୍ଧ ସି.ଆର.ସି.ସି ନରେନ୍ଦ୍ର ପୁରୋହିତ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ଉପଢୌକନ, ମାନପତ୍ର, ଗୀତା, ଛତା, ଯଥା ପ୍ରଦାନ କରି ସମ୍ମାନିତ କରିବା ସହ ତାଙ୍କ ଶିକ୍ଷକତା ଜୀବନ ସମସ୍ତ ଶିକ୍ଷକ ସମାଜ ପାଇଁ ପ୍ରେରଣାର ଉତ୍ସ ବୋଲି ମତପ୍ରକାଶ କରିବା ସହ ଦୀର୍ଘ ଆରୋଗ୍ୟ ଜୀବନ କାମନା କରିଥିଲେ । ପୂର୍ବତନ ୱାର୍ଡ ମେମ୍ବର ଉଜ୍ଜଳ ଅଦାବର ବିଦାୟୀ ପ୍ରଧାନ ଶିକ୍ଷକଙ୍କ ବିଦ୍ୟାଳୟର ବିକାଶ ପ୍ରତି ଅବଦାନର ସ୍ମୃତିଚାରଣ କରିଥିଲେ ସିଆଲବାହାଲି ଗ୍ରାମର ଗୌନ୍ତିଆ ତଥା ଶିକ୍ଷା ପ୍ରେମୀ ୮୨ ବର୍ଷୀୟ ବରିଷ୍ଠ ନାଗରିକ ମୁରଲୀ ଭୋଇଙ୍କୁ ସମ୍ମାନିତ କରାଯାଇଥିଲା । କ୍ଲଷ୍ଟର ତରଫରୁ ପ୍ରଦାନ କରାଯାଇଥିବା ମାନପତ୍ରକୁ ଶିକ୍ଷକ କିଶୋର ବାଗ ପଠନ କରିଥିଲେ । ଅବସରପ୍ରାପ୍ତ ଶିକ୍ଷକ ଯୁଗଳ କିଶୋର ହୋତା, ବିଭିନ୍ନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନନ୍ଦଲାଲ ନାଏକ, କରମଚନ୍ଦ୍ର ବାରିକ, ଫଗୁନୁ ନାଏକ, ରବୀନ୍ଦ୍ର ଯୁଆଡ଼ି, ଧନେଶ୍ୱର ଷଡ଼ଙ୍ଗୀ, ଦିଲୀପ ପଧାନ, ପହିଲ ବୁଡ଼େକ, ଚୁମ୍ବକ ପଧାନ, ଜୀବର୍ଦ୍ଧନ ପଧାନ, ପୂର୍ଣ୍ଣଚନ୍ଦ୍ର କୁମ୍ଭାର, ଦେବବ୍ରତ ବୁଡ଼େକ, ଦୟାନିଧି ବୁଡ଼େକ, ସୁଦାମା ଦାରିଦ୍ର୍ୟଭଂଜନ ଦାସ, ଶିକ୍ଷକ ବାଲକିଶୋର ମେହେର, ପ୍ରବୀଣ ବିଶି, କୃପାସିନ୍ଧୁ ହରିପାଲ, ସଦାନନ୍ଦ ମେହେର, ଅଶ୍ୱିନୀ ବେହେରା, ଦିଲୀପ ବୁଡ଼େକ, ଯୋଗାନନ୍ଦ ପଧାନ, ଦୌଲତ ବାରିକ, ଶିକ୍ଷୟିତ୍ରୀ ଲିଳିମା ପାଣିଗ୍ରାହୀ, ବବିତା କୁଅଁର, ସନ୍ତୋଷୀ ବିଶି, ପ୍ରଗତି ସାହୁ ଉପସ୍ଥିତ ଥିଲେ । ସ୍ଥାନୀୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଦୀପ ମନ୍ତ୍ର ଓ ବିଦାୟ ସଂଗୀତ ଗାନ କରିଥିଲେ । ଶେଷରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୁଶୀଲ ସେଟ ଧନ୍ୟବାଦ ଅର୍ପଣ କରିଥିଲେ । ଶିକ୍ଷୟିତ୍ରୀ ଆରତୀ ଖମାରୀ, ସ୍ଥାନୀୟ ବିଦ୍ୟାଳୟ ପରିଚାଳନା ସମିତିର ସଭ୍ୟ ସଭ୍ୟା ଓ ଗ୍ରାମବାସୀ ସହଯୋଗ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଶତାଧିକ ଜନସାଧାରଣ କୀର୍ତ୍ତନ ଶୋଭାଯାତ୍ରା ମାଧ୍ୟମରେ ସିଆଲବାହାଲି ଗ୍ରାମ ପରିକ୍ରମା ଓ ପାଦଧୌତ କରାଇ ଡୁଙ୍ଗୁରିପାଲି ସ୍ଥିତ ଘରକୁ ପାଛୋଟି ନେଇଥିଲେ ।

Leave A Reply

Your email address will not be published.