jayashree

ମନ୍ତ୍ରୀ ହେବା ପରେ ବଣାଇଁ ମାଟିରେ ସାରଦାଙ୍କୁ ଉଚ୍ଛ୍ୱସିତ ସମ୍ବର୍ଦ୍ଧନା

  • ବାବା ବାଣେଶ୍ଵରଙ୍କ ଆଶୀର୍ବାଦ ନେଇ ଜନସାଧାରଣଙ୍କ ସେବା ଦାୟିତ୍ଵ ନିର୍ବାହ କରିବି : ସାରଦା

ବଣାଇଁ, (ନାରାୟଣ ଚନ୍ଦ୍ର ବେହେରା) : ସମ୍ପ୍ରତି ରାଜ୍ୟ ମନ୍ତ୍ରୀ ମଣ୍ଡଳରେ କ୍ୟାବିନେଟ ମନ୍ତ୍ରୀ ଭାବେ ଦାୟିତ୍ଵ ଗ୍ରହଣ କରିବା ପରେ ରାଉରକେଲା ବିଧାୟକ ସାରଦା ପ୍ରସାଦ ନାୟକ ପ୍ରଥମ ଥର ପାଇଁ ରାଉରକେଲା ଫେରିବା ବାଟରେ ବଣାଇଁଠାରେ ଥିବା ପ୍ରସିଦ୍ଧ ଶୈବପୀଠ ବାବା ବାଣେଶ୍ଵର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । ଏହି ଗସ୍ତ ସମୟରେ ବଣାଇଁର ବିଭିନ୍ନ ସଂଗଠନ ତଥା ବଣାଇଁ ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ବିପୁଳ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ନବ ନିଯୁକ୍ତ ମନ୍ତ୍ରୀ ସାରଦା ପ୍ରସାଦ ନାୟକ ନିଜ ପ୍ରତିକ୍ରିୟାରେ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଓ ଆଦେଶକୁ ଅନୁସରଣ କରି ଜନସେବାରେ ନିଜକୁ ଅଧିକ ନିୟୋଜିତ କରିବେ ବୋଲି କହିବା ସହ ଆରାଧ୍ୟ ପ୍ରଭୁ ବାଣେଶ୍ଵରଙ୍କ ଆଶୀର୍ବାଦ ନେଇ କାର୍ଯ୍ୟ ଆରମ୍ଭ କରିଥିବା ମଧ୍ୟ କହିଛନ୍ତି । ରାଉରକେଲାର ବିଧାୟକ ଥିବା ବେଳେ ମଧ୍ୟ ବଣାଇଁ ତାଙ୍କର ଦ୍ୱିତୀୟ ଘର ଥିଲା ଆଗକୁ ଆହୁରି ଅଧିକ ଅଞ୍ଚଳର ଉନ୍ନତି ପାଇଁ ତାଙ୍କର ସମସ୍ତ ପ୍ରକାର ସହଯୋଗ ରହିବ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଥିଲେ । ଆଜିର ଏହି ସଫଳତା ପାଇଁ ସୁନ୍ଦରଗଡ଼ବାସୀ, ବଣାଇଁବାସୀ ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଗସ୍ତ ସମୟରେ ବିଜୁ ଜନତା ଦଳର ବରିଷ୍ଠ ନେତା ଓ ସାଧାରଣ ଲୋକଙ୍କ ସମାଗମ ଦେଖା ଦେଇଥିବା ବେଳେ ଦଳ ମତ ନିର୍ବିଶେଷରେ ସମସ୍ତେ ଖୁସି ବ୍ୟକ୍ତ କରୁଥିବା ଅନୁଭୂତ ହୋଇଥିଲା । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲପରିଷଦ ଅଧ୍ୟକ୍ଷ ରଞ୍ଜିତ କିସାନ, ସୁନ୍ଦରଗଡ ଜିଲ୍ଲାପରିଷଦ ଉପାଧ୍ୟକ୍ଷ କମଳ ଲାକ୍ରା ପୂର୍ବତନ ବିଧାୟକ ଭୀମସେନ ଚୌଧୁରୀ, ଜିଲ୍ଲା ପରିଷଦ ସଭ୍ୟ ବୀର ବିଚିତ୍ର ସେନ ନାୟକ, ବଣାଇଁ ଜିଲ୍ଲାପରିଷଦ ରାମଚନ୍ଦ୍ର ସାହୁ, ମୁଖପାତ୍ର ସୁନ୍ଦରମଣି ପ୍ରଧାନ, ବଣାଇଁ ବ୍ଲକ ଅଧ୍ୟକ୍ଷା ମଞ୍ଜୁଲତା କିସାନ, ବ୍ଲକ ସଭାପତି ରଘୁନାଥ ସାହୁ, ଚରଣ ମାହାନ୍ତି, କୁମାର ଗୌତମ ବାରିକ, କୋଇଡ଼ା ଜିଲ୍ଲା ପରିଷଦ ଅଶୋକ ନାଏକ, ଜୁନିଆନି କାଣ୍ଡିର, ସୁଶୀଳା ନାୟକ, ଏସ୍‌ଡିସି ମେମ୍ବର ପ୍ୟାରା ବାର୍ଲା, ଜିଲ୍ଲା ଯୁବ ସଭାପତି ଅଭିନାଶ ସୁମନ ବାଗେ, ଯୁବ ସଭାପତି ସିପୁନ ମିଶ୍ର, ଚିନ୍ମୟ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.