oom

ଡେଲାଙ୍ଗ ବ୍ଲକରେ ମ୍ୟାଟ୍ରିକ ଟପ୍ପରଙ୍କୁ ସମ୍ବର୍ଦ୍ଧନା

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଚଳିତ ବର୍ଷ ସଦ୍ୟ ପ୍ରକାଶିତ ଦଶମ ଶ୍ରେଣୀ ପରୀକ୍ଷା ଫଳାଫଳରେ ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ କବି ପ୍ରସନ୍ନ ପଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦାର ଛାତ୍ର ବିମଳପ୍ରଭା ପଟ୍ଟନାୟକ ସର୍ବୋଚ୍ଚ ୫୫୫ ନମ୍ବର ରଖି ଡେଲାଙ୍ଗ ବ୍ଲକରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ବେଳେ ଉକ୍ତ ବିଦ୍ୟାଳୟର ଛାତ୍ରୀ ସୁଶ୍ରୀ ଅର୍ପିତା ଆଶାବାରୀ ନାୟକ ୫୪୫ ନମ୍ବର ରଖି ଚତୁର୍ଥ ସ୍ଥାନ ଅଧିକାର କରିଥିବାରୁ ଆଜି ସେମାନଙ୍କୁ ବିଦ୍ୟାଳୟ ପରିସରରେ ମହାଆଡମ୍ବର ସହକାରେ ସମ୍ବର୍ଦ୍ଧିତ କରାଯାଇଛି । ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବାସନ୍ତୀ ସାହୁ, ଉପାଧ୍ୟକ୍ଷ ଦୁର୍ବାଷା ନିଶଙ୍କ, ଜିଲ୍ଲା ପରିଷଦ ସଭ୍ୟ ପ୍ରସନ୍ନ କୁମାର ସାହୁ, ପ୍ରାକ୍ତନ ବ୍ଲକ ଶିକ୍ଷା ଅଧିକାରୀ ଯୁଧିଷ୍ଠିର ପରିଡା, ସରପଞ୍ଚ ଶେଷଦେବ ବାରିକ ଶିକ୍ଷା ଓ କ୍ରୀଡା କ୍ଷେତ୍ରରେ ଏହି ବିଦ୍ୟାଳୟ ଶୀର୍ଷ ସ୍ଥାନ ବଜାୟ ରଖିଥିବାରୁ ଭୁୟସୀ ପ୍ରଶଂସା କରିଥିଲେ । ବିଦ୍ୟାଳୟର ପ୍ରତିଷ୍ଠାତା ସମ୍ପାଦକ ପ୍ରଫେସର ଶଶାଙ୍କଶେଖର ଚୂଡ଼ାମଣି ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କର କର୍ମଠ ପ୍ରଚେଷ୍ଟା ସଫଳତାର ମୂଳମନ୍ତ୍ର ବୋଲି ପ୍ରକାଶ କରିଥିଲେ । ଉପଦେଷ୍ଟା ଜଟାଧାରୀ ପରିଡା ଏକ ସୁସ୍ଥ ସମାଜ ଗଠନ ନିମନ୍ତେ ପୂର୍ଣ୍ଣାଙ୍ଗ ବିକାଶର କ୍ଷେତ୍ର ଏହି ବିଦ୍ୟାଳୟ ବୋଲି ମତବ୍ୟକ୍ତ କରିଥିଲେ । ଆଦର୍ଶ ଶିକ୍ଷକ ତଥା ପ୍ରକୃତି ମିତ୍ର ପୁରସ୍କାରପ୍ରାପ୍ତ ମିଟୁକିଶୋର ପ୍ରଧାନ ଏହି ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସଠିକ ନେତୃତ୍ୱ ବିଦ୍ୟାଳୟର ସଫଳତା ଆଣିପାରିଛି ବୋଲି ପ୍ରକାଶ କରିଥିଲେ ଏବଂ କୃତି ଛାତ୍ରଛାତ୍ରୀଙ୍କୁ ଦୁଇଟି ଗଛ ଚାରା ଓ ଉପଢୌକନ ପ୍ରଦାନ କରିଥିଲେ । ପୁରାତନ ଛାତ୍ର ସଂସଦ ସଭାପତି ଅଧ୍ୟାପକ ତ୍ରିନାଥ ପରିଡା ଏହି ପ୍ରଶଂସନୀୟ କାର୍ଯ୍ୟକ୍ରମକୁ ଯୋଗାଯୋଗ କରି ଉପସ୍ଥିତ ବ୍ୟକ୍ତିମାନଙ୍କ ଦ୍ୱାରା କୃତି ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଇଥିଲେ । ପ୍ରଧାନ ଶିକ୍ଷକ ହୃଷିକେଶ ବଳିୟାରସିଂହ ବିଜ୍ଞାନ କ୍ଷେତ୍ରରେ ଅପୂର୍ବ ସଫଳତା ଅଣିଥିବାରୁ ବିଜ୍ଞାନ ଶିକ୍ଷକ ପ୍ରବୀର ମହାପାତ୍ର ଓ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ଶ୍ରେୟ ଦେଇଥିଲେ । ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପରିଡା ବିଦ୍ୟାଳୟ ତରଫରୁ ଦୁଇ ପିତା ଅଭିଭାବକ ବିଶ୍ୱଜିତ ପଟ୍ଟନାୟକ (କଲ୍ୟାଣପୁର) ଓ ବିକ୍ରମ କେଶରୀ ନାୟକ (ସେବତୀପୁର)ଙ୍କୁ ଆମ ବିଦ୍ୟାଳୟରେ ପଢାଇବାର ସୁଯୋଗ ଦେଇଥିବାରୁ ଧନ୍ୟବାଦ ଦେଇଥିଲେ । ଏହି ପ୍ରେରଣା ଦାୟକ କାର୍ଯ୍ୟକ୍ରମରେ ଶିକ୍ଷୟିତ୍ରୀ ବୈଜୟନ୍ତୀମାଳା ହରିଚନ୍ଦନ ଓ ଅଜିତ ରାୟ ଯୋଗଦେଇ ସାଫଲ୍ୟ ମଣ୍ଡିତ କରିଥିଲେ ।

jittmm
Leave A Reply

Your email address will not be published.