ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସମାରୋହ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍ ଅନ୍ତର୍ଗତ ବରିଷ୍ଠ ବିଜ୍ଞାନ ଶିକ୍ଷକ ଗୋବର୍ଦ୍ଧନ ବରାଳଙ୍କ ସେବା ନିବୃତ ସମ୍ବର୍ଦ୍ଧନା ସଭା ବିଦ୍ୟାଳୟ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉମେଶ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ରୂପେ ବାସନ୍ତୀ ସାହୁ ବ୍ଲକ ଅଧ୍ୟକ୍ଷା, ମୁଖ୍ୟବକ୍ତା ଭାବେ ସୁଦର୍ଶନ ପରିଡା ପୂର୍ବତ୍ତନ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ, ସମ୍ମାନିତ ଅତିଥି ରୂପେ ବିଭିନ୍ନ ବିଦ୍ୟାଳୟର ପ୍ରଧାନଶିକ୍ଷକ ବସନ୍ତ କୁମାର ଦାସ, ପ୍ରଶାନ୍ତ କୁମାର ବିଶ୍ୱାଳ, ସଞ୍ଜୟ କୁମାର ଦାଶ, ଦେବନ୍ଦ୍ର କୁମାର ମଲ୍ଲିକ, ଧୃବଚରଣ ବରାଳ, ପ୍ରାକ୍ତନ ପ୍ରଧାନ ଶିକ୍ଷକ ଗୋବିନ୍ଦ ଚନ୍ଦ୍ର ସାମନ୍ତରାୟ, ସିଆର୍‌ସିସି ତପନ କୁମାର ମଲ୍ଲିକ ପ୍ରାକ୍ତନ ମୁଖ୍ୟ କିରାଣୀ ମହେନ୍ଦ୍ର ଶ୍ରୀଚନ୍ଦନ ପ୍ରମୁଖ ଯୋଗଦେଇଥିଲେ । ଶିକ୍ଷୟତ୍ରୀ ପ୍ରିୟଦର୍ଶିନୀ ମଲ୍ଲିକ ଓ ସୀତାକାନ୍ତ ରାଉତରାୟ ମଞ୍ଚ ପରିଚାଳନା କରବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଅନ୍ୟାନ ଅତିଥି ଶିକ୍ଷକ ସୁରେନ୍ଦ୍ର ନାଥ ସେଠୀ, ଚିତ୍ତରଂଜନ ରାଉତରାୟ, ସହଦେବ ମଲ୍ଲିକ, ରାଜେଶ ପ୍ରଧାନ, ଶିକ୍ଷୟତ୍ରୀ ସୁରଭି ପ୍ରଧାନ, ଲକ୍ଷ୍ମୀପ୍ରିୟା ପ୍ରଧାନ, ମମତା ବେହେରା, ଶ୍ରଦ୍ଧାଞ୍ଜଳି ଜେନା, ଶିକ୍ଷା କର୍ମଚାରୀ ସନ୍ତୋଷ ରାହୁକ, ନିଲାମ୍ବର ନାୟକ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ବିରେନ୍ଦ୍ର୍ ନାରାୟଣ ରଣଜିତ, ଉପାଧ୍ୟକ୍ଷ ଗିତାରାଣୀ ରଣଜିତ ପ୍ରମୁଖ ଯୋଗଦେଇ ବରିଷ୍ଠ ବିଜ୍ଞାନ ଶିକ୍ଷକଙ୍କ ସମୟାନୁବର୍ତ୍ତୀତା ଶିକ୍ଷାଦାନ ଶୈଳୀ, ମିଷ୍ଟଭାଷୀ, ଛାତ୍ର ବତ୍ସଳ, କର୍ତ୍ତବ୍ୟ ପରାୟନତା, ସତ୍ୟନିଷ୍ଠ, ଦକ୍ଷ ଶିକ୍ଷକ ପ୍ରଭୃତି ଗୁଣଗାନ କରିଥିଲେ । ଅବସରପ୍ରାପ୍ତ ବିଜ୍ଞାନ ଶିକ୍ଷକ ଶ୍ରୀ ବରାଳଙ୍କୁ ପୁରାତନ ଅଧୁନାତନ ଛାତ୍ରଛାତ୍ରୀ, ଅଭିଭାବକ, ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପୁଷ୍ପଗୁଚ୍ଛ, ଉପଢ଼ୌକନ ଓ ମାନପତ୍ର ପ୍ରଦାନ କରିଥିଲେ । ଏଥିସହିତ ସେବା ନିବୃତ ଶିକ୍ଷକ ଶ୍ରୀ ବରାଳଙ୍କୁ ବିଶାଳ ଶୋଭାଯାତ୍ରାରେ ଗୁରୁବନ୍ଦନା ଗାନ କରି ଗ୍ରାମ ପରିକ୍ରମା କରି ଶେଷରେ ତାଙ୍କ ବାସଗୃହରେ ପହଞ୍ଚାଇଥିଲେ ।ପୁରାତନ ଛାତ୍ର ଦିଲ୍ଲୀପ ଧାଉଡିଆ, ରବୀନ୍ଦ୍ର କୁମାର ସାହୁ, ଆଲୋକମୟ ହରିଚନ୍ଦନ, ସଂଜୟ ଧାଉଡିଆ, ବାବୁରାମ୍ ଦାସ, ବାଲୁ, କାଳୁ, ଅକ୍ଷୟ ପ୍ରକାଶ ପ୍ରମୁଖ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.