oom

ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

jsmm

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ବେଳପଡା ପଞ୍ଚାୟତ ଦେଓଗାଁ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ପୁରିତ ସାହୁଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୁମୁଦିନି ବାଗଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ବେଳପଡା ପଞ୍ଚାୟତ ସରପଞ୍ଚ ଖରତ ବାଗ, ନାଏବ ସରପଞ୍ଚ, ଭାଲୁମୁଣ୍ଡା ସ୍କୁଲର ପ୍ରଧାନ ଶିକ୍ଷକ ରୋହିତ କୁମାର ମନ୍ତ୍ରୀ, ଚାଉଳିଆ ସ୍କୁଲର ପ୍ରଧାନ ଶିକ୍ଷକ ଫାଲଗୁନି ଛୁରା, ମଧୁସୂଦନ ସାହୁ, ବିଦ୍ୟାଳୟ ପରିଚାଳନା ସମିତି, ଗ୍ରାମର ମାନ୍ୟଗଣ୍ୟ ବ୍ୟକ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଅବସର ନେଇଥିବା ଶ୍ରୀ ସାହୁ ୧୯୮୮ ମସିହାରେ ବଲାଙ୍ଗିର ଜିଲ୍ଲା ସଇଁତଲା ସ୍କୁଲରେ ପ୍ରଥମ କରି ଶିକ୍ଷକତା କଲେ । ପରବର୍ତ୍ତୀ ସମୟରେ ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକତା କରିବା ପରେ ଶେଷରେ ବଙ୍ଗୋମୁଣ୍ଡା ବ୍ଲକ ଦେଓଗାଁ ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଦୀର୍ଘ ୧୦ ବର୍ଷ ୫ ମାସ କାର୍ଯ୍ୟ କରିଥିଲେ । ସେ ଅଞ୍ଚଳର ଜଣେ ଜଣାଶୁଣା ଶିକ୍ଷକ ଭାବେ ପରିଚିତ ଥିଲେ । ପ୍ରଧାନ ଶିକ୍ଷକ ଅବସର ଗ୍ରହଣ ନେଇଥିବାରୁ ଛାତ୍ରଛାତ୍ରୀ ମାନଙ୍କ ଦୁଃଖରେ ଭାଙ୍ଗି ପଡିଥିଲେ । ବିଦ୍ୟାଳୟରେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ବିଦ୍ୟାଳୟର ସମସ୍ତ ଶିକ୍ଷକ ମାନେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.