କୌଶିକବାବା +୩ ମହାବିଦ୍ୟାଳୟ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

କଳାହାଣ୍ଡି, (ନରୋତ୍ତମ ସେଲମା) : କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହା ସ୍ଥିତ କୌଶିକବାବା +୩ ମହାବିଦ୍ୟାଳୟରେ ଶେଷ ବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଏହି ଅବସରରେ ଆୟୋଜିତ ସଭାରେ ମହାବିଦ୍ୟାଳୟ ଅଧ୍ୟକ୍ଷା ଲିପ୍ସାମୟୀ ଦୁବେ ସଭାପତିତ୍ୱ କରିଥିବା ବେଳେ ଇଂରାଜୀ ଅଧ୍ୟାପକ ମାନସ ରଞ୍ଜନ ବାଗ ସଭା ପରିଚାଳନା କରିଥିଲେ । ରାଜନୀତି ବିଜ୍ଞାନ ଅଧ୍ୟାପକ ରବି ମାଝୀ, ଶିକ୍ଷାଶାସ୍ତ୍ର ଅଧ୍ୟାପକ ସମୀର ପଧାନ ଓ ଇତିହାସ ଅଧ୍ୟାପକ କୌସ୍ତୁଭ ସାହୁ ମଞ୍ଚାସୀନ ଥିଲେ । ବିଦାୟୀ ଛାତ୍ରଛାତ୍ରୀମାନେ ଅଧ୍ୟକ୍ଷା, ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଗ୍ରନ୍ଥାଗାରିକ ବସନ୍ତ କୁମାର ସାହୁ, କିରାଣୀ ଭୁପିନ୍ଦ୍ର ରଣା, ଚତୁର୍ଥ ଶ୍ରେଣୀ କର୍ମଚାରୀ ଡୋଲେଶ୍ୱର ରଣା, ଚମ୍ପୁଲାଲ ରଣା, ପ୍ରଦୀପ ଭୋଇ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.