oom

ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର ଦ୍ୱାରା ଶୀଳ୍ପୀ ସମ୍ବର୍ଦ୍ଧନା ଉତ୍ସବ

jsmm

ସମ୍ବଲପୁର, (ପ୍ରଶା‌ନ୍ତ ମାଝୀ) : ସ୍ଥାନୀୟ ନିଶିଗନ୍ଧା ପ୍ରେକ୍ଷାଳୟରେ ଅନିଳା ଆର୍ଟ ଫାଉଣ୍ଡେସନ ମଲ୍ଲିକାପୁର, ଯାଜପୁର ଦ୍ୱାରା ବରିଷ୍ଠ ଚିତ୍ରଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି ଉତ୍ସବରେ ସ୍ଥାନୀୟ ସମ୍ବଲପୁର ଓ ବୁର୍ଲାର ଚିତ୍ରଶିଳ୍ପୀମାନେ ଯୋଗଦେଇ ଶ୍ରୀଯୁକ୍ତ ମହାରଣାଙ୍କ ଶିଳ୍ପୀ ଜୀବନର କଳା ଚାତୁରୀ ଓ ଜୀବନୀ ଉପରେ ନିଜ ନିଜର ମତବ୍ୟକ୍ତ କରିଥିଲେ । ଉକ୍ତ କଳାତ୍ମକ ସଭାର ସଭାପତି ଆସନରେ ସମ୍ବଲପୁର ବିଇଡି ମହାବିଦ୍ୟାଳୟର କଳା ଅଧ୍ୟାପକ ନୃସିଂହନାଥ ନାୟକ ଯୋଗଦେଇ କାର୍ୟ୍ୟକ୍ରମକୁ ଶୃଙ୍ଖଳାର ସହିତ ସମାପନ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ଆଇନଜୀବୀ, ପୂର୍ବତନ ବାର କାଉନ୍‌ସିଲ୍‌ ପରିଷଦ ଏବଂ ସମ୍ବଲପୁର ବିଶ୍ୱ ବିଦ୍ୟାଳୟର ସିଣ୍ଡିକେଟ ସଭ୍ୟ ପ୍ରମୋଦ କୁମାର ଦାଶ ଯୋଗ ଦେଇ ଉତ୍କଳର କଳା ଶିକ୍ଷାର ଗୁରୁତ୍ୱ ଉପରେ ନିଜର ମତବ୍ୟକ୍ତ କରି ଆଗାମୀ ଦିନରେ ସମ୍ବଲପୁର ମାଟିରୁ ବହୁ କଳାକାର ସୃଷ୍ଟି ହେବାର ସୁଯୋଗ ଓ ଆବଶ୍ୟକତା ଉପରେ ଆଶା ରଖିଥିଲେ । ଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ ଉପପୌଢ଼ନ ଏବଂ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରି ଖୁବ ଗୌରବାନିତ୍ୱ ହୋଇ ବୃନ୍ଦାବନ ମହାରଣାଙ୍କୁ ଓଡ଼ିଶା ଲଳିତ କଳା ଏକାଡେମୀ ଗତ ନଭେମ୍ବର ୩୦ ତାରିଖରେ ଶ୍ରେଷ୍ଠ ଶିଳ୍ପୀ ଭାବେ ସମ୍ବର୍ଦ୍ଧିତ କରିଥିବା କଥାକୁ ମନେପକାଇବା ସହ ସମ୍ବଲପୁର ଓ ବୁର୍ଲା ମାଟିର କଳା ନିପୁଣ, ତାର ଗାରିମାକୁ ପ୍ରଶଂସା କରିଥିଲେ । କଳାକାର ମାନଙ୍କୁ ଉତ୍ସାହିତ କରି ନୂତନ କଳା ସୃଷ୍ଟି କରିବାକୁ ପ୍ରେରଣା ଦେବା ସହିତ ଅନିଳା ଆର୍ଟ ଫାଉଣ୍ଡେସନର ଦୀର୍ଘ ଜୀବନ କାନାମ କରିଥିଲେ । ଉକ୍ତ ସଭାର ସଂଚାଳକ ଭାବରେ ଅନିଳା ଆର୍ଟ ଫାଉଣ୍ଡେସନର ପ୍ରତିଷ୍ଠାତା ଚିତ୍ରଶିଳ୍ପୀ ଶଶଧର ପତି ସଭକାର୍ୟ୍ୟକୁ ନିଜସ୍ଵ ଶବ୍ଦରେ ବାନ୍ଧି ରଖି ଚିତ୍ରଶିଳ୍ପୀ ମାନଙ୍କର ହୃଦୟ ଜିଣିଥିଲେ । ଓଡ଼ିଶା ଲଳିତ କଳା ଏକାଡେମୀର ସଂପାଦକ ଓ ସଭାପତିଙ୍କର କାର୍ୟ୍ୟ ଶୈଳୀକୁ ପ୍ରଶଂସା କରିବା ସହିତ ସମ୍ବଲପୁର ମାଟିରୁ ଶିଳ୍ପୀ ବୃନ୍ଦାବନ ମହାରଣାଙ୍କୁ ଏକାଡେମୀ ସମ୍ବର୍ଦ୍ଧିତ କରିଥିବାରୁ ଏକାଡେମୀକୁ ସ୍ଥାନୀୟ ଶିଳ୍ପୀମାନେ କୃତଜ୍ଞତା ଜଣାଇଥିଲେ । ଏହି ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବରେ ଶିଳ୍ପୀ ଶ୍ରୀମତୀ ସବିତା ପଣ୍ଡା, ଆର.ସୁନୀଲ କୁମାର, ଅନନ୍ତ କୁମାର, ନେତିକ ଲାଲ ବାରିକ, ମହେଶ ପାଣ୍ଡେ, ରତନ ଲାଲ ଶର୍ମା ଏବଂ ସନ୍ତୋଷ ପୃଷେଠଙ୍କ ସମେତ କଳା ଅନୁରାଗୀ ସଭ୍ୟମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.