om academy

କ୍ରୀଷ୍ଣା ବିକାଶ ଗ୍ରୁପ୍ ବରଗଡ଼ର ସମ୍ବର୍ଦ୍ଧନା ଉତ୍ସବ

jsm

ବରଗଡ଼, (ନିରୋଜ କୁମାର ପାଣୀ) : ସଦ୍ୟ ପ୍ରକାଶିତ ସିଏଏସ୍‌ଇ +୨ ଫଳାଫଳରେ ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ୫୦୦ରୁ ଅଧିକ ମାର୍କ ରଖିଥିବା ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନଙ୍କୁ ସ୍କୁଲ୍ ତରଫରୁ କ୍ରୀଷ୍ଣା ବିକାଶ ଅଡିଟୋରିୟମ୍‌ଠାରେ ସମ୍ବନ୍ଧିତ କରାଯାଇଛି । ଏହି ଅବସରରେ ଆୟୋଜିତ ମିଟ୍‌ ଦ ପ୍ରେସ୍‌ କାର୍ଯ୍ୟକ୍ରମରେ ଯୁକ୍ତ ଦୁଇର ୫୨ ଜଣ ଛାତ୍ରଛାତ୍ରୀଙ୍କ ସହିତ ତାଙ୍କର ପିତାମାତା ଏବଂ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ କ୍ରୀଷ୍ଣା ବିକାଶର ଡାଇରେକ୍ଟର ଡ. ସମରେନ୍ଦ୍ର ନାଥ ପଣ୍ଡା ସମସ୍ତ ଅଧ୍ୟକ୍ଷ-ଉପାଧ୍ୟକ୍ଷଙ୍କ ଉପସ୍ଥିତିରେ ପୁଷ୍ପଗୁଚ୍ଛ ଓ ମିଷ୍ଟାନ୍ନ ଦେଇ ସମର୍ଦ୍ଧିତ କରାଯାଇଥିଲା । ଅଧ୍ୟକ୍ଷ ନାରାୟଣ ରଥ +୨ ଶ୍ରେଣୀର ସମ୍ପୂର୍ଣ୍ଣ ଫଳାଫଳକୁ ଉପସ୍ଥାପନ କରିଥିଲେ । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ବରଗଡ଼ର ସିଏଚ୍ଏସ୍‌ର +୨ ଶ୍ରେଣୀ ବୋର୍ଡ଼ ପରୀକ୍ଷାରେ ୬ ଜଣ ଛାତ୍ରଛାତ୍ର ୯୦%ରୁ ଅଧିକ, ୫୨ଜଣ ଛାତ୍ରଛାତ୍ରୀ ୫୦୦ ମାର୍କରୁ ଅଧିକ ରଖି ସ୍କୁଲ୍‌କୁ ଓଡ଼ିଶାରେ ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ଥାନ ଭାବରେ ପ୍ରତିଷ୍ଠିତ କରିଛନ୍ତି । ଏତତ୍‌ବ୍ୟତୀତ ୮୦%ରୁ ଅଧିକ ୮୧ଜଣ, ପ୍ରଥମ ଶ୍ରେଣୀରେ ୩୨୭ ଜଣ ଛାତ୍ରଛାତ୍ରୀ କୃତୀତ୍ଵ ଅର୍ଜନ କରିଛନ୍ତି । ଏହି ଅନୁଷ୍ଠାନ ୯୨ ଜଣ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷାରେ ସଫଳ ହେବା ସଙ୍ଗେ ସଙ୍ଗେ ଅନେକ ଛାତ୍ରଛାତ୍ରୀ ଆଇଆଇଟି ଓ ଏନ୍‌ଆଇଟିରେ ଏଡ୍‌ମିଶନ୍ ନେବା ପାଇଁ ଆଶା ରଖିଛନ୍ତି । ସେହିପରି ୫୨ରୁ ଅଧିକ ଛାତ୍ରଛାତ୍ରୀ ସର୍ବଭାରତୀୟ ମେଡିକାଲ୍ ପ୍ରବେଶିକା ପରୀକ୍ଷା (ନିଟ୍)ରେ କୃତକାର୍ଯ୍ୟ ହୋଇ ସରକାରୀ ମେଡିକାଲ୍ ନାମ ଲେଖାଇ ଖାଇବା ପାଇଁ ଆଶା ରଖିଛନ୍ତି । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ଚେୟାର୍‌ମେନ୍ ଡି. ମୁରଲୀ କ୍ରୀଷ୍ଣା ସମସ୍ତ କୃତୀ ଛାତ୍ରଛାତ୍ରୀ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନଙ୍କୁ ଉଚ୍ଚମାନର ଫଳାଫଳ ପାଇଁ ତାଙ୍କର କଠିନ ପରିଶ୍ରମକୁ ଭୂୟସୀ ପ୍ରଶଂସା କରିଥିଲେ । କ୍ରୀଷ୍ଣା ବିକାଶ ଗ୍ରୁପ୍‌ର ମ୍ୟାନେଜିଂ ଡାଇରେକ୍ଟର ବିବେକ ଦାଶରୀ କୃତୀ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଙ୍କୁ ଅଭିନନ୍ଦନ ଜଣାଇବା ସହିତ କ୍ରୀଷ୍ଣା ବିକାଶର ଇଣ୍ଡିଗ୍ରେଟେଡ୍ ପ୍ରୋଗ୍ରାମର ସଫଳତା ପାଇଁ ଖୁସି ବ୍ୟକ୍ତ କରିଥିଲେ । ବିକାଶ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏଡ୍‌ମିନିଷ୍ଟ୍ରେଟିଭ୍ ଅଫିସର୍ ଏସ୍. କାନ୍ତା ରାଓ କୃତୀ ଛାତ୍ରଛାତ୍ରୀମାନଙ୍କ ନାମ ଘୋଷଣା କରିଥିଲେ । କାର୍ଯ୍ୟକାରୀ ଅଧ୍ୟକ୍ଷ ଶିଶିର ପ୍ରସାଦ ରାଉଳ ଏହି ଅନୁଷ୍ଠାନର ଗୁଣାତ୍ମକ ଶିକ୍ଷା ଉପରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ସିନିୟର୍ ସେକେଣ୍ଡେରୀ ଅଧ୍ୟକ୍ଷ ଚିତରଞ୍ଜନ ପତି ପ୍ରବେଶିକା ପରୀକ୍ଷାର ସଫଳତା ବର୍ଣ୍ଣନା କରିଥିଲେ । ବିକାଶ ଆବାସିକ ବିଦ୍ୟାଳୟର ଉପାଧ୍ୟକ୍ଷ ପ୍ରଦୀପ କୁମାର ସାହୁ ଧନ୍ୟବାଦ ଜ୍ଞାପନ କରିଥିଲେ ।

Leave A Reply

Your email address will not be published.