ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ଆସନ୍ତା ନଭେମ୍ବର ମାସ ୩ ତାରିଖରେ ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଓ ନାରାୟଣ ସ୍ୱାସ୍ଥ୍ୟକେନ୍ଦ୍ର ରାୟପୁରର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ବଙ୍ଗୋମୁଣ୍ଡା ପଞ୍ଚାୟତ ସମିତି କଲେଜ ପରିସରରେ ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ଏହି ମାଗଣା ସ୍ୱାସ୍ଥ୍ୟ ଶିବିରରେ ଚର୍ମ ରୋଗ, କିଡ଼ନୀ ରୋଗ, ରକ୍ତଚାପ ରୋଗ, ପଥରୀ ରୋଗ, ହୃତ ରୋଗ, ଗଣ୍ଠିବାତ ରୋଗ, ପେଟ ରୋଗ, ସୁଗର ପରି ବିଭିନ୍ନ ରୋଗର ଚିକିତ୍ସା ମଗଣାରେ କରାଜିବ ବୋଲି ସୂଚନା ମିଳିଛି । ଏଥିରେ କିଡନୀ ସିନିୟର ପରାମର୍ଶ ଦାତା ଡାଃ ସୁନୀଲ ଧର୍ମାନୀ, ହୃଦରୋଗ ବିଶେଷଜ୍ଞ ଡାଃ ସ୍ନେହୀଲ ଗୋସ୍ୱାମୀ, ଅର୍ଥପେଡିକ ବିଶେଷଜ୍ଞ ଡାଃ ପଙ୍କଜ ପଟେଲଙ୍କ ବିଭିନ୍ନ ରୋଗର ଡ଼ାକ୍ତର ମାନେ ଉପସ୍ଥିତ ରହି ରୋଗୀଙ୍କୁ ଚିକିତ୍ସା କରିବେ । ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘର ଏହି ପ୍ରୟାସରେ ବ୍ଲକ ଅଞ୍ଚଳ ଓ ଆଖପାଖ ଅଂଚଳର ରୋଗୀ ମାନେ କିପରି ଲାଭ ନେଇ ପାରିବେ ଦୃଷ୍ଟିରେ ରଖି ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠି ହେବ ବୋଲି ଜଣାପଡ଼ିଛି ।
Next Post