jayashree

ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ପକ୍ଷରୁ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ସ୍ଥିତ ପଥପ୍ରାନ୍ତ ସୁବିଧା କେନ୍ଦ୍ରଠାରେ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ଏବଂ ଏନଏଚଏମଆଇ ନାରାୟଣ ମଲ୍ଟି ସ୍ପେଶାଲିଟି ହସ୍ପିଟାଲ ରାୟପୁର ମିଳିତ ଭାବେ ନିଶୁଳ୍କ ସ୍ୱାସ୍ଥ୍ୟ ଶିବିର ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ସଭାପତି ରଶ୍ମିରଞ୍ଜନ ପୁଟେଲଙ୍କ ସଭାପତିତ୍ୱରେ ସଂଘ କାର୍ଯ୍ୟକର୍ତ୍ତାମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ବିଶାଳ ମାଗଣା ସ୍ୱାସ୍ଥ୍ୟ ଶିବିର ପାଇଁ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଆସନ୍ତା ନଭେମ୍ବର ମାସ ୩ ତାରିଖ ଶୁକ୍ରବାର ଦିନ ବଙ୍ଗୋମୁଣ୍ଡା ପଂଚାୟତ ସମିତି ମହାବିଦ୍ୟାଳୟ ଠାରେ ଆୟୋଜକ କରାଯିବା ପାଇଁ ସ୍ଥିର କରାଯାଇଥିଲା । ଏଥିରେ ସ୍ୱାସ୍ଥ୍ୟର ଉପଚାର ପାଇଁ ଛତିଶଗଡ଼ ରାଜ୍ୟ ରାୟପୁରରୁ କିଡ଼ନି, ମଧୁମେହ, ଉଚ୍ଚ ରକ୍ତଚାପ, ଇସିଜି ଏବଂ ଅନ୍ୟ ରୋଗର ବିଶେଷଜ୍ଞ ମାନେ ଆସି ମାଗଣାରେ ରୋଗ ଚିକିତ୍ସିତ କରିବେ । ଏ ନେଇ ବଙ୍ଗୋମୁଣ୍ଡା ବ୍ଲକ ସାମ୍ବାଦିକ ସଂଘ ସଭାପତି ରଶ୍ମିରଞ୍ଜନ ପୁଟେଲ, ସଂପାଦକ ହୁଲେଶ୍ୱର ହଂସ, କୋଷାଧ୍ୟକ୍ଷ ଦୀପକ ଯାଦବ, ଉପଦେଷ୍ଟା ଅଶୋକ ଖମାରି, ରାଧେଶ୍ୟାମ ମେହେର, ସୁଶାନ୍ତ ଥନାପତି ଉପସ୍ଥିତ ଥିଲେ ।

Leave A Reply

Your email address will not be published.