centurian jitm

ଏପ୍ରିଲ୍‌ରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା : ଠିକ୍ ସମୟରେ ଆସିବ ମୌସୁମୀ

nschool

ଭୁବନେଶ୍ୱର : ଏପ୍ରିଲରେ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବ । ମେ ଓ ଜୁନ୍‌ ମାସରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । କିନ୍ତୁ ଜୁଲାଇରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇପାରେ । ଜୁନ୍‌ ମାସରେ ଠିକ୍‌ ସମୟରେ ମୌସୁମୀ ଆସିବାର ସମ୍ଭାବନା ଅଛି । ବର୍ଷାର ସମ୍ଭାବ୍ୟ ସ୍ଥିତି ଓ ମୌସୁମୀ ଆଗମନକୁ ନେଇ ଏଭଳି ପ୍ରାଥମିକ ଆକଳନ କରିଛନ୍ତି ବରିଷ୍ଠ ପାଣିପାଗ ବିଶେଷଜ୍ଞ ପ୍ରଫେସର ଡ. ସୁରେନ୍ଦ୍ର ନାଥ ପଶୁପାଳକ । ଡ. ପଶୁପାଳକ ଆକଳନ କରି କହିଛନ୍ତି, ଏପ୍ରିଲ ଆରମ୍ଭରେ ନିନୋର ସମୁଦ୍ର ପତ୍ତନ ତାପମାତ୍ରା ୦.୧ଡିଗ୍ରୀ ସେଲସିୟସ୍‌ ରହିଥିଲା । ଆସନ୍ତା ଜୁନ୍‌ ପର୍ଯ୍ୟନ୍ତ ଏହା ୦.୫ ଡିଗ୍ରୀ ସେଲସିୟସ୍‌ ପାଖାପାଖି ରହିବ । ସେପ୍ଟେମ୍ବର ଯାଏ ୦.୮ ଡିଗ୍ରୀ ଅତିକ୍ରମ କରିବା ସମ୍ଭାବନା ୪୦%ରୁ କମ୍‌ । ଏପ୍ରିଲ ଓ ମେ ମାସରେ ଇଏନ୍‌ଏସଓ ନିଉଟ୍ରାଲ ଅବସ୍ଥାରେ ରହିବାର ଶତ ପ୍ରତିଶତ ସମ୍ଭାବନା ଅଛି । ଜୁନ୍‌ ମାସରେ ୯୫% ରହିବ । ଏହା କ୍ରମଶଃ କମି ସେପ୍ଟେମ୍ବର ସୁଦ୍ଧା ନିଉଟ୍ରାଲ ଅବସ୍ଥାକୁ ଖସିପାରେ । ଏବର୍ଷ ମୌସୁମୀ ଯାଏ ଏଲ୍‌ନିନୋ ଆସିବନି । ସାଧାରଣତଃ ଏଲ୍‌ନିନୋ ସମୟରେ ମୌସୁମୀ ବର୍ଷା କମିଥାଏ ବୋଲି ଡ. ପଶୁପାଳକ କହିଛନ୍ତି ।

Leave A Reply

Your email address will not be published.