ଚଇତି ଚଢ଼େଇର ରଜତ ଜୟନ୍ତୀ ସମାରୋହ

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଜୟପାଟଣାରୁ ପ୍ରକାଶିତ ଚଇତି ଚଢ଼େଇ ଶିଶୁ ପତ୍ରିକାର ରଜତ ଜୟନ୍ତୀ ସମାରୋହ ଭବାନୀପାଟଣା ମହାବୀର ସାଂସ୍କୃତିକ ଅନୁଷ୍ଠାନ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ ଶାନ୍ତନୁ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ, ଗବେଷକ ଉମା ଶଙ୍କର କର, ମୁଖ୍ୟ ବକ୍ତା ଅଧ୍ୟାପକ ପରମେଶ୍ୱର ମୁଣ୍ଡ, ସମ୍ମାନିତ ଅତିଥି ନାଟ୍ୟକାର ଉମେଶ ଚନ୍ଦ୍ର ଶତପଥୀ, ଅଧ୍ୟାପକ ତପନ କୁମାର ରଥ ଯୋଗ ଦେଇଥିବା ବେଳେ ଚଇତି ଚଢ଼େଇର ସମ୍ପାଦକ ଶ୍ରୀନିବାସ ବେହେରା ପ୍ରାରମ୍ଭିକ ସୂଚନା ଦେଇଥିଲେ । ସାହିତ୍ୟିକ ବିରଞ୍ଚି ନାରାୟଣ ମୁଣ୍ଡ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଅତିଥି ମାନଙ୍କ ଦ୍ଵାରା ଚଇତି ଚଢ଼େଇର ରଜତ ଜୟନ୍ତୀ ସଂଖ୍ୟା ଉନ୍ମୋଚିତ ହୋଇଥିଲା । ଏହି ଅବସରରେ ଗାଳ୍ପିକା ଦେବହୁତୀ କରଙ୍କୁ ଚଇତି ଚଢ଼େଇ ଶିଶୁ ସାହିତ୍ୟ ସମ୍ମାନ, ଡାକ୍ତର ପଲଉ ପ୍ରଧାନଙ୍କୁ ଶିଶୁ ସେବା ସମ୍ମାନ, ଚିତ୍ରକର ତରୁଣ ମହାପାତ୍ରଙ୍କୁ କଳା ସମ୍ମାନ ପ୍ରଦାନ କରାଯାଇଥିଲା । ହେମନ୍ତ ସାହୁ, ସୁଶାନ୍ତ ସିଂହ, ସ୍ୱର୍ଣ୍ଣକାନ୍ତି ବୈକାର ମାନପତ୍ର ପଠନ କରିଥିଲେ । ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କର୍ମକର୍ତ୍ତା ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.