ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନୀ ସମାରୋହ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ମହିଳା ସ୍ନାତକ ମହାବିଦ୍ୟାଳୟରେ ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନୀ ସମାରୋହ ଅଧ୍ୟକ୍ଷା ଶ୍ରୀମତୀ କଳ୍ପନାରାଣୀ ନାଥଙ୍କ ସଭାପତିତ୍ଵରେ ଅନୁଷ୍ଠିତ ହୋଇଯାଇଛି । ପଦ୍ମଶ୍ରୀ ଲୋକକବି ରତ୍ନ ଡ଼. ହଳଧର ନାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଲୋକ ସାହିତ୍ୟରେ ଜଗନ୍ନାଥ ସଂସ୍କୃତି ଓ ତାର ଉତ୍ପତ୍ତି ବିଷୟରେ ସ୍ଵରଚିତ ସମ୍ବଲପୁରୀ କବିତା ଓ କଥା ମାଧ୍ୟମରେ ଚମତ୍କାର ଶୈଳୀରେ ବର୍ଣ୍ଣନା କରିଥିଲେ । ବୁଦ୍ଧଦେବ ମେହେର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଦହିତାର ଅଧ୍ୟାପକ, ଲେଖକ, ସାହିତ୍ୟକ ସୁଶାନ୍ତ କୁମାର ମିଶ୍ର ମୁଖ୍ୟ ବକ୍ତା ଜଗନ୍ନାଥ ସଂସ୍କୃତିରେ ନାରୀ ସଶକ୍ତିକରଣ ଓ ମାତୃପ୍ରେମ ଉପରେ ସୁନ୍ଦର ଅଭିବ୍ୟକ୍ତି ସମସ୍ତ ଛାତ୍ରୀଙ୍କୁ ସମ୍ମୋହିତ କରିଥିଲା । ପରିଚାଳନା କମିଟିର ସଭାପତି ଅଖିଳ ଚନ୍ଦ୍ର ପୁରୋହିତ ଓଡ଼ିଆ ଭାଷା ଉପରେ ଆଲୋକପାତ କରିଥିଲେ । ପାଞ୍ଚଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମ ପାଇଁ ସରକାରଙ୍କ ଆଭିମୁଖ୍ୟ ଆଜିର ଯୁବପିଢି ପାଇଁ ଏକ ପ୍ରଶଂସନୀୟ ପଦକ୍ଷେପ ବୋଲି କହିଥିଲେ । ନୋଡାଲ ଅଫିସର ଡ଼. ଚନ୍ଦ୍ରିକା ଭୋଇ ଆନ୍ତରିକତାର ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ଶ୍ରୀମତୀ ଲୋପାମୁଦ୍ରା ନାୟକ, ବରିଷ୍ଠ ଅଧ୍ୟାପିକା ଶ୍ରୀମତୀ ସରିତାରାଣୀ ପ୍ରଧାନ ଏବଂ ମହାବିଦ୍ୟାଳୟର ସମସ୍ତ କର୍ମଚାରୀଙ୍କ ସହାୟତାରେ ସାମାଜିକ କାର୍ଯ୍ୟକ୍ରମର ନୋଡାଲ ଅଫିସର ସୁଶ୍ରୀ ସଂଗୀତା ଗୌନ୍ତିଆ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.