jayashree

ଶୁଭାରମ୍ଭ ହେଲା ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ ସମାରୋହ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଧର୍ମଶାଳା ଯୁକ୍ତଦୁଇ ମହାବିଦ୍ୟାଳୟ, ଧର୍ମଶାଳା, ସୁବର୍ଣ୍ଣପୁରରେ ରାଜ୍ୟ ସରକାରଙ୍କ କ୍ରୀଡ଼ା ଓ ଯୁବ ବ୍ୟାପାର ଓ ବିଦ୍ୟାଳୟ ଏବଂ ଗଣଶିକ୍ଷା ବିଭାଗର ପ୍ରଯୋଜନାରେ ଅନୁଷ୍ଠାନର ସମନ୍ୱିତ ଯୁବ ବିକାଶ କାର୍ଯ୍ୟକ୍ରମ “କ୍ରୀଡ଼ା, ସାମାଜିକ କାର୍ଯ୍ୟକଳାପ ଓ ସଂସ୍କୃତିର ଏକ ସମନ୍ୱିତ ସମାରୋହ -୨୦୨୩ର ଶୁଭାରମ୍ଭ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ସାଂସ୍କୃତିକ ବିଭାଗର ମୁଖ୍ୟ ପ୍ରାଧ୍ୟାପିକା ନମିତା ରଥ, କ୍ରୀଡ଼ା ବିଭାଗ ମୁଖ୍ୟ ବରିଷ୍ଠ ଅଧ୍ୟାପକ ପ୍ରଫୁଲ୍ଲ ପାତ୍ର ଯୋଗଦେଇ ସରକାରଙ୍କ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ଚଳିତ ମାସ ନଭେମ୍ବର ୨୦ ତାରିଖରୁ ଡିସେମ୍ବର ୨୧ ତାରିଖ ଯାଏଁ ବିଭିନ୍ନ ସମୟରେ ହେବାକୁ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଧନ୍ୟବାଦ ଅର୍ପଣ କରିଥିଲେ । ନୋଡ଼ାଲ୍ ଅଫିସର୍ ପ୍ରାଧ୍ୟାପକ ଡକ୍ଟର ପୁରୁଷୋତ୍ତମ ମିଶ୍ର । ପ୍ରଥମ ଦିନରେ ଅଧ୍ୟାପକ ଅଧ୍ୟାପିକାମାନଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନରେ ଗଠିତ ହୋଇଥିବା ବିଭିନ୍ନ କମିଟିର ଛାତ୍ରଛାତ୍ରୀ ସହଯୋଗରେ ପ୍ରଥମ ଦିନରେ ଓଡ଼ିଆ ପ୍ରବନ୍ଧ “ମୁଁ ଓ ମୋର ପରିବେଶ” ଏବଂ ଓଡ଼ିଆ ସାଧାରଣ ଜ୍ଞାନ ଓ ପେଣ୍ଟିଂ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।

Leave A Reply

Your email address will not be published.