ବୁଢିସିଣ୍ଡୋଲ କଂସ ଦରବାରର ଉଦ୍‌ଯାପନୀ ସମାରୋହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ବୁଢିସିଣ୍ଡୋଲ ଗ୍ରାମରେ ଦୀର୍ଘ ୫ ଦିନ ଧରି ହେଉଥିବା ସାରସ୍ୱତ ସମାରୋହର କଂସ ଦରବାର, ବିଭିନ୍ନ ସାଂସ୍କୃତିକ ଓ ଅଧ୍ୟାତ୍ମିକ କାର୍ଯ୍ୟକ୍ରମର ଗତକାଲି ଉଦ୍‌ଯାପନୀ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ବିଜେଡି ଦଳର ରାଜ୍ୟ ସଂପାଦକ ନିହାର ରଞ୍ଜନ ବେହେରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗ୍ରାମାଞ୍ଚଳରେ ଏଭଳି ଭବ୍ୟ ଆୟୋଜନକୁ ଭୂୟସି ପ୍ରଶଂସା କରିବା ସହିତ ସାଂସ୍କୃତିକ ଓ ଆଧ୍ୟାତ୍ମିକ ମଂଚର ଆୟୋଜନ ଦ୍ୱାରା ପରସ୍ପର ଭିତରେ ଥିବା ବିଦ୍ୱେଷ ଭାବ ଦୂର ହେବା ସଙ୍ଗେ ସଙ୍ଗେ ଭାଇଚାରା ଓ ଏକତା ରକ୍ଷା ହୋଇଥାଏ ବୋଲି ନିଜର ମତ ରଖି ଥିଲେ । ଦିନବେଳା ମା’ ବାଗଦେବୀଙ୍କ ଆରାଧନା ହେବା ସହିତ ରାମାୟଣ ପାରାୟଣରେ ଅଗଣିତ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା । କଂସ ଦରବାରର ଚତୁର୍ଥ ରଜନୀ ଥିଲା ବେଶ୍‌ ନିଆରା, ସେହିଦିନ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୋ ପାଇଁ କୌଣସି ପଦ ପଦବୀ କିଛିମାନେ ରଖେନି, ଏହା ଅସ୍ଥାୟୀ ଓ ପାଂଚ ବର୍ଷ ପାଇଁ ଉଦ୍ଦିଷ୍ଟ ହେଲେ ଆମ ଭିତରେ ଥିବା ସମ୍ପର୍କ ଚିରସ୍ଥାୟୀ, ମୋତେ ନିଜର ଝିଅ, ବୋହୂ ବୋଲି ବିଚାର କରିବେ ମୁଁ ସବୁ ଦିନ ପାଇଁ ଆପଣଙ୍କ ସୁଖ ଦୁଃଖରେ ସାମିଲ ହେବାକୁ ଚାହେଁ ବୋଲି ଆବେଗଭରା ଅଭିଭାଷଣ ରଖି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ପ୍ରଥମ ଦିନ ସ୍ଥାନୀୟ ସରପଞ୍ଚଚ ପୁରୁଷୋତ୍ତମ କମ୍ପ ମଂଚ ଉଦ୍‌ଘାଟନ କରିଥିବା ବେଳେ ଦ୍ୱିତୀୟ ଓ ତୃତୀୟ ରଜନୀରେ ଯଥା କ୍ରମେ ବିଡିସିସି ସଭାପତି ସ୍ମାରକ ରଞ୍ଜନ ମିଶ୍ର ଓ ବରିଷ୍ଠ ଆଇନଜୀବୀ ଅମରେନ୍ଦ୍ର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ନିଜ ମତ ରଖିଥିଲେ । କଂସ ଭୂମିକାରେ ଅଭିନୟ କରୁଥିବା ଫଟକରା ଗାଁର ଅନୀଲ କୁମାର ନାଏକ ଏବଂ ତାଙ୍କ ଟିମ୍‌ଙ୍କର ଜୀବନ୍ତ ଓ ମାର୍ମିକ ଅଭିନୟ ମନମୁଗ୍ଧ କରିଥିଲା । ଶେଷ ଦିନ କୃଷ୍ଣ ଭୂମିକାରେ କୁନି କଳାକାର ପ୍ରିତମ ପଟେଲ ଓ ବଳରାମ ଭୂମିକାରେ ରିତୈଶ କଲତାଙ୍କ ନିଖୁଣ ଅଭିନୟ ସମସ୍ତଙ୍କୁ ଭାବବିହ୍ୱଳ କରିଥିଲା । ପାଞ୍ଚ ଦିନ ଧରି ଚାଲିଥିବା ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସରସ୍ୱତୀ ପୂଜା କମିଟି, ବୁଢିସିଣ୍ଡୋଲର ଆବାହକ ବାବୁଲୁ କମ୍ପ । ଆଗାମୀ ବର୍ଷ ଠାରୁ ଏହି ସାଂସ୍କୃତିକ ମଂଚକୁ ବୁଢିସିଣ୍ଡୋଲ ମହୋତ୍ସବ ମାଧ୍ୟମରେ ପାଳନ କରିବେ ବୋଲି ଘୋଷଣା କରିଥିଲେ । ସଭାପତି ଲିଙ୍ଗରାଜ ଗାଏଗରିଆ, ସମ୍ପାଦକ ଆନନ୍ଦ ସାହୁ, ସରସ୍ୱତୀ ପୂଜା କମିଟିର ସମସ୍ତ କର୍ମକର୍ତ୍ତା ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.