ରାଉରକେଲା ଓକିଲ ସଂଘର ନବ ନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଓକିଲ ସଂଘର ୨୦୨୬-୨୭ ବର୍ଷ ପାଇଁ ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ମାନଙ୍କ ଶପଥ ଗ୍ରହଣ ସମାରୋହ ଆଜି ସଂଘ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ବରିଷ୍ଠ ଆଇନଜୀବୀ ସରୋଜ ନାରାୟଣ ମହାପାତ୍ର ସମସ୍ତ ନବ ନିର୍ବାଚିତ କର୍ମକର୍ତ୍ତା ଓ କାର୍ଯ୍ୟକାରୀ କମିଟି ସଦସ୍ୟ ମାନଙ୍କୁ ଶପଥପାଠ କରାଇଥିଲେ । ନବ ନିର୍ବାଚିତ କର୍ମକର୍ତ୍ତା ଭାବରେ ସଭାପତି ସଦାନନ୍ଦ ସାହୁ, ଉପ ସଭାପତି ଭାବରେ ରାଜ କିଶୋର ପ୍ରଧାନ, ସଂପାଦକ ଦେବାନନ୍ଦ ତନ୍ତୀ, ଯୁଗ୍ମ ସଂପାଦକ ଭାବେ ଶାନ୍ତନୁ କୁମାର ଦାସ, କୋଷାଧ୍ୟକ୍ଷ ଅକ୍ଷୟ କୁମାର ସିଂହଦେଓ, ସହ ସଂପାଦକ ( ଏଏସ୍‌ଏମ୍ ଫଣ୍ଡ) ତାପସ ପରିଡ଼ା,ସହ ସଂପାଦକ (ଲାଇବ୍ରେରୀ) ଶ୍ରୀନିବାସ ପଣ୍ଡା, କାର୍ଯ୍ୟକାରୀ କମିଟି ସଦସ୍ୟ ମହେଶ୍ୱର ପୁରଣ, ବନ୍ଦନା ପଣ୍ଡା, ଋଷି ଶେଖର ମହନ୍ତ, ଅଭିଷେକ ସିଂହ, ସୁମିତା ନନ୍ଦ ପ୍ରମୁଖଙ୍କୁ ମୁଖ୍ୟ ନିର୍ବାଚନ ଅଧିକାରୀ ଶପଥ ପାଠ କରାଇଥିଲେ । ସମାରୋହରେ ବରିଷ୍ଠ ଆଇନଜୀବୀ ଗିରିଶ ମହାପାତ୍ର, ଚତୁର୍ଭୁଜ ନାଏକ, ପଙ୍କଜ କୁମାର ଦାଶ, ଏମ୍ ମାଲେଶ୍ଵରମ, ଚନ୍ଦ୍ରମଣି ଦାଶ ପ୍ରମୁଖ ବକ୍ତବ୍ୟ ରଖି ଆଇନଜୀବୀ ମାନଙ୍କ ବିଭିନ୍ନ ସମସ୍ୟା ଓ ବାର ଓ ବେଞ୍ଚ ମଧ୍ୟରେ ସୁଦୃଢ଼ ସମ୍ପର୍କ ରକ୍ଷା କରି ନବନିର୍ବାଚିତ କର୍ମକର୍ତ୍ତାମାନେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇଥିଲେ । ନିର୍ବାଚନ କମିଟିର ଅନ୍ୟତମ ସଦସ୍ୟ ପବିତ୍ର କୁମାର ଜେନା ସ୍ୱାଗତ ଭାଷଣ ଦେଇଥିବା ବେଳେ ପ୍ରଦୀପ କୁମାର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ମାଧବୀ ଝା, ପ୍ରିୟଦର୍ଶିନୀ ବାରିକ, ଅନ୍ନପୂର୍ଣ୍ଣା କୁମ୍ଭାର, ସୁଚିତ୍ରା ସାହୁ, ମାଧବ ନାୟକ, ନାଗେଶ୍ୱର ଜଗଦଳା ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.