ମ୍ୟୁଜିକ ସେଲିବ୍ରେସନ ତରଫରୁ ସଂଗୀତ ସମାରୋହ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା କ୍ଲବ ଠାରେ ମ୍ୟୁଜିକ ସେଲିବ୍ରେସନ ତରଫରୁ ଏକ ସଂଗୀତ ସମାରୋହ ଅନୁଷ୍ଠିତ ହୋଇଯାଇଛି । ସମ୍ପାଦକ ହିମାଂଶୁ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ପୂର୍ବତନ ନିର୍ଦ୍ଦେଶକ ଡ. ଅତନୁ ଭୌମିକ ଯୋଗ ଦେଇଥିଲେ ।ହିନ୍ଦୀ, ଓଡ଼ିଆ ବେଙ୍ଗଲୀ ସିନେମାର କଣ୍ଠଶିଳ୍ପୀ କିଶୋର କୁମାର, ୟୁସୁ ଦାସ, ମହମ୍ମଦ ରଫି, ଲତା ମଙ୍ଗେସକର, ଆଶା ଭୋସଲେ ଗାଇଥିବା ଗୀତ ସବୁ ମ୍ୟୁଜିକ ସେଲିବ୍ରେସନର ସଦସ୍ୟ ସଦସ୍ୟା, ନନ୍ଦନ ମୁଖାର୍ଜୀ, ସୁସ୍ମିତା ମୁଖାର୍ଜୀ, ହିମାଂଶୁମହାନ୍ତି, ଶ୍ରୀକାନ୍ତ ଚୌଧୁରୀ, ସତ୍ୟଜୟ ତ୍ରିପାଠୀ, ବାସନ୍ତୀ ତାଣ୍ଡି, ଯେଭାନ ସମାସୀ, ମାଳା ସମାସୀ, ମିନତୀ ତ୍ରିପାଠୀ, ଲିନା ସେନାପତି, ସୁଜିତ ବେହେରା, ଅଶ୍ୱିନୀ ନାୟକ, ସ୍ମୃତି ରଞ୍ଜନ ନାୟକ, ଯୋଗୀନ୍ଦ୍ର ସିଂହା ରାଜା ରୂପା ଜ୍ୟୋତି ରେଡି, ପ୍ରାଞ୍ଜଳି ନାଗ ପ୍ରମୁଖ ଗୀତ ଗାଇଥିଲେ । ମ୍ୟୁଜିକ ସେଲିବ୍ରେସନର ସଦସ୍ୟ ନନ୍ଦନ ମୁଖାର୍ଜୀଙ୍କ ଜନ୍ମଦିନ ପାଳନ କରାଯାଇଥିଲା । ଶେଷରେସୁସ୍ମିତା ମୁଖାର୍ଜୀ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.