centurian jitm

ଟିଟିଲାଗଡରେ ଜାତୀୟ ସ୍ତରୀୟ ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ଆୟୋଜିତ

nschool

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ଅଗ୍ରଗାମୀ ସାଂସ୍କୃତିକ ସଂସଦ ପକ୍ଷରୁ ପ୍ରାୟୋଜିତ ସଙ୍ଗୀତ ମହାବିଦ୍ୟାଳୟ ଦ୍ଵାରା ୨୪ତମ ମାଁ ଘଣ୍ଟାଶୁଣି ଶାସ୍ତ୍ରୀୟ ସଙ୍ଗୀତ ସମାରୋହ ସ୍ଥାନୀୟ ମହାବୀର ପଞ୍ଚାୟତି ଧର୍ମଶାଳା ଠାରେ ଶନିବାର ସନ୍ଧ୍ୟା ୬ଟାରୁ ଆରମ୍ଭ ହୋଇ ରବିବାର ସକାଳ ୬ଟା ଯାଏଁ ଅନୁଷ୍ଠିତ ହୋଇଯାଇଛି । ଟିଟିଲାଗଡ଼ର ବିଧାୟକ ନବୀନ ଜୈନ ଏହି ସମାରୋହକୁ ଉଦ୍‌ଘାଟନ କରିଥିଲେ । ସମ୍ମାନିତ ଅତିଥି ଭାବେ ଟିଟିଲାଗଡ଼ ଥାନାଧିକାରୀ ବିଶ୍ୱଜିତ ମନବୋଧ ଯୋଗ ଦେଇଥିଲେ । ଡିଏଭି ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଡ. ଛାୟାକାନ୍ତ ଷଡ଼ଙ୍ଗୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସମାରୋହରେ ପ୍ରବୀଣ କୁମାର ଦାଶ ସଂପାଦକୀୟ ବିବରଣୀ ପାଠ କରିଥିଲେ । ଏହି ଅଞ୍ଚଳର ବିଶିଷ୍ଟ ସଙ୍ଗୀତ ସାଧକ ଧନେଶ୍ଵର ଦାଙ୍କୁ ଡ. ପଞ୍ଚାନନ ମିଶ୍ର ସ୍ମୃତି ସମ୍ମାନ ତାଙ୍କ ସୁଯୋଗ୍ୟ ପୁତ୍ର ଆଶିଷ କୁମାର ମିଶ୍ରଙ୍କ ଉପସ୍ଥିତିରେ ଦିଆଯାଇଥିଲା । ଉମେଶ ଚନ୍ଦ୍ର ଦାସ ମାନପତ୍ର ପଠନ କରିଥିଲେ । ଓଡ଼ିଶା ତଥା ଓଡ଼ିଶା ବାହାରୁ ଯଥା ବିଶାଖାପାଟଣା, କଲିକତା, ବିଜୟ ନଗରମ୍‌ ତଥା ବିଭିନ୍ନ ପ୍ରଦେଶର ପ୍ରାୟ ୨୦ ଜଣ କଳାକାର ଏହି ସମାରୋହରେ ଅଂଶ ଗ୍ରହଣ କରିଥିଲେ । ଏଥିରେ ଉଭୟ ଶାସ୍ତ୍ରୀୟ ସଙ୍ଗୀତ ଓ ଯନ୍ତ୍ର ସଙ୍ଗୀତ ପରିବେଶିତ ହୋଇଥିଲା । ଯେଉଁ ବିଶିଷ୍ଟ କଣ୍ଠଶିଳ୍ପୀ ଓ ଯନ୍ତ୍ର ସଙ୍ଗୀତ ଶିଳ୍ପୀ ଏଥିରେ ଅଂଶ ଗ୍ରହଣ କରିଥିଲେ ସେମାନେ ହେଲେ ଡ. ତାପସ ଘୋଷ, ସନ୍ତୋଷ ଦାସ, ଶ୍ରୀତମ ଘୋଷ, ଅମିତରଣା, ସଚ୍ଚିକାନ୍ତ ସାହୁ, ପ୍ରଦୀପ ପଣ୍ଡା, ନିକୁଞ୍ଜ ବିହାରୀ ସାମଲ, ଏଚ୍‌. ରାମ ଚରନ, ଏସ୍‌. କାମେସ ସୁଚିଶ୍ମିତା ନନ୍ଦ, ଟି. ଏନ୍‌. ଚୈତନ୍ୟ, ମନାଲି ଘୋଷ, ମୂରଲୀଧର ସ୍ୱାଇଁ, ପ୍ରକାଶ ରାଉତ, ସୁମନା ଭଟ୍ଟାଚାର୍ଯ୍ୟ, ଡ. ସୁଶାନ୍ତ କୁମାର ପାଣି, ସୌମ୍ୟରଞ୍ଜନ ପହଣ, ସୁପ୍ରୀୟ ପ୍ରିୟଦର୍ଶୀ ପଣ୍ଡା ଓ କୁଳମଣି ମିଶ୍ର । ମଞ୍ଚ ପରିଚାଳନା କରିଥିଲେ ମାନ ଭଞ୍ଜନ ମିଶ୍ର । ଏହି ସମାରୋହରେ ଯେଉଁ ମାନଙ୍କ ଅକୁଣ୍ଠ ଓ ସହଯୋଗିତା ରହିଥିଲା ସେମାନେ ହେଲେ ପ୍ରତାପ ତ୍ରିପାଠୀ, ବୁଲୁ ଦାସ, ହରି ନାରାୟଣ ଗଡତିଆ, ବାବୁଲି ଷଡ଼ଙ୍ଗୀ, ଜିତେନ ପଟ୍ଟନାୟକ, ପ୍ରମୋଦ ରଥ, ରାଜ କିଶୋର ପାଢ଼ୀ, ଦେବରାଜ ଭୋଇ, ଡ. ନରେନ୍ଦ୍ର ବେହେରା, ପ୍ରସନ୍ନ ଦାସ, ଗୋବିନ୍ଦ ଦାସ, କିଶୋର ଦାସ, ରୂପଧର ଝାଙ୍କର ପ୍ରମୁଖ ସଦସ୍ୟ ।

Leave A Reply

Your email address will not be published.