ରାଉରକେଲା, (ସସ୍ମିତା ପ୍ରଧାନ) : ସେକ୍ଟର-୪ ସ୍ଥିତ ରାଉରକେଲା କଲେଜ, ରାଉରକେଲା ଓ ରାଉରକେଲା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ରାଉରକେଲାର ଦ୍ୱି-ଦିବସୀୟ ୩୮ତମ ବାର୍ଷିକ କ୍ରୀଡା ମହୋତ୍ସବ ୨୦୨୪ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ‘ସର୍ବାଗ୍ରେ ନାରୀ ଶକ୍ତି’ ଥିମ୍ ସମ୍ପର୍କୀତ ଏହି ପ୍ରତିଯୋଗିତାରେ କଲେଜର ଅଧ୍ୟକ୍ଷ ଡ. ରବୀନ୍ଦ୍ର କୁମାର ଜେନା ସଭାପତି ଓ ଅଧ୍ୟାପିକା ବୈଜୟନ୍ତୀ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଜ୍ୟ ଫଟୋଗ୍ରାଫର ଆସୋସିଏସନର ସଭାପତି ଅତୁଲ ସାଂଘଭି, ସମ୍ମାନିତ ଅତିଥି ଭାବେ ଡ. ସୁଷମା ମୋଦି, ଶିକ୍ଷାବିତ ନିରୂପମା ପତି, ଉଷା ସାଂଘଭି ଏବଂ ପ୍ରାକ୍ତନ ଛାତ୍ର ତଥା ଜାତୀୟ କ୍ରୀଡାବିତ୍ ନିଖିଳ କଳାକାର ପ୍ରଧାନ, ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନେ ସେମାନଙ୍କ ବକ୍ତବ୍ୟରେ କ୍ରୀଡ଼ାର ଆବଶ୍ୟକତା ତଥା ଆତ୍ମବିଶ୍ଵାସ, ଅନୁଶାସନ, ଅଭ୍ୟାସ ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ଅଧ୍ୟକ୍ଷ ଡ. ଜେନା ସ୍ୱାଗତ ଭାଷଣ ଓ ‘ସର୍ବାଗ୍ରେ ନାରୀ ଶକ୍ତି’ ଥିମ୍ ଉପରେ ବକ୍ତବ୍ୟ ରଖିଥିବା ବେଳେ ଯୁକ୍ତ ୩ କ୍ରୀଡା ଉପସଭାପତି ଅଧ୍ୟାପକ କରୁଣାକର ପାଟ୍ଟଶାଣୀ ବାର୍ଷିକ ବିବରଣୀ ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ କ୍ରୀଡାବିତ୍ ମୁକ୍ତେଶ୍ଵର ପଣ୍ଡା, ସତ୍ୟନାରାୟଣ ରକ୍ସା, ପ୍ରସନ୍ନ କୁମାର ଷଡଙ୍ଗୀ, ପ୍ରଦୀପ କୁମାର ପଣ୍ଡା, ପ୍ରଭାତ କୁମାର ରାଉଳ, ସମୀର ସାହୁ, ସୁଶାନ୍ତ ଶତପଥୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବରିଷ୍ଠ ପ୍ରଧ୍ୟାପିକା ତପସ୍ୱିନୀ ମିଶ୍ରଙ୍କ ଇଭେଣ୍ଟ ପରିଚାଳନାରେ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଛାତ୍ର-ଛାତ୍ରୀଙ୍କ ମଧ୍ୟରେ ଦୌଡ଼ ପ୍ରତିଯୋଗିତା, ରିଲେ ରେସ୍, ଲଙ୍ଗଜମ୍ପ, ହାଇଜମ୍ପ, ସଟଫୁଟ, ଡିସକସ୍ ଥ୍ରୋ ଆଦି ପ୍ରତିଯୋଗିତା କରାଯାଇଥିଲା । ଏହି ପ୍ରତିଯୋଗିତାଗୁଡିକରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ଚଳିତ ବର୍ଷ ଶ୍ରେଷ୍ଠ ଖେଳାଳି ଭାବେ ଯୁକ୍ତ ୩ ବାଳକ ବିଭାଗରେ ଅବିନାଶ ମୁଣ୍ଡାରୀ, ବାଳିକା ବିଭାଗରେ ଏଲିସ୍ ବାରା ଓ ଯୁକ୍ତ ୨ ବାଳକ ବିଭାଗରେ ଶାୱନ ଟପ୍ପୋ ଓ ବାଳିକା ବିଭାଗରେ ସୁଚିତା ତିର୍କିଙ୍କୁ ପୁରସ୍କୃତ କରାଯାଇଥିଲା । ଯୁକ୍ତ ୨ କ୍ରୀଡ଼ା ଉପସଭାପତି ଅଜିତ ବେକ୍, ସହଯୋଗୀ ଅଧ୍ୟାପିକା-ଅଧ୍ୟାପକ ରଞ୍ଜିତ ପ୍ରଧାନ, ରଶ୍ମିପ୍ରଭା ମଥାନ, ତରଣୀ ନାୟକ ଏବଂ ଅନ୍ୟାନ୍ୟ ଅଧ୍ୟାପକ-ଅଧ୍ୟାପିକା ମନୋଜ କୁମାର ଦଳାଇ, ରଶ୍ମିରଞ୍ଜନ ରାଉତ, ବନ୍ଦନା ସୋରେନ, ଅନୁପ ଏକ୍କା, ଦିପାଳୀ ପଧାନ, ଭାରତୀ ବରୁଆ, ମୌସୁମୀ ଦାସ, ଶ୍ରୀମାନ ସତ୍ୟଜିତ, ଅନୀଲ କୁମାର ରାମ, ପ୍ରିୟଙ୍କା ପଲେଇ, ଦୁର୍ଯ୍ୟୋଧନ ଖଟୁଆ, ଅନାମିକା କୁଲ୍ଲୁ ତଥା ସ୍ୱେଚ୍ଛାସେବୀ ଅଜୟ ଗୌଡ, ଜଗନ ମହାନ୍ତି, ବିକି ନାଗ, ଦେବାଶିଷ ଆଚାର୍ଯ୍ୟ, ଅରୁଣ ମହାନ୍ତି, ରୋହିତ ବେବର୍ତ୍ତା, ରାଜା ଖେସ୍, ଗିରିଜା ଶଙ୍କର ସ୍ୱାଇଁ, ସୋନୁ ଶର୍ମା, ମନୁ ରାଏ, ସୌମ୍ୟରଞ୍ଜନ ମହାନ୍ତି, ରାନୀ ସାହୁ, ସନ୍ଧ୍ୟାରାଣୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ଅଧ୍ୟାପକ ଅଜିତ ବେକ୍ ଧନ୍ୟବାଦ ଅର୍ପଣ କରିଥିଲେ ।