
ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ସ୍ଥିତ ଭାରତୀୟ ଷ୍ଟେଟ ବ୍ୟାଙ୍କ କୃଷି ବାଣିଜ୍ୟକ ଶାଖାର ୭୫ ବର୍ଷ ପୂର୍ତ୍ତୀ ପ୍ୟାଲେସ ଉତ୍ସବମୁଖର ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ପିଆର ପ୍ୟାଲେସ ପରିସରରେ ଅଂଚଳର ବହୁ ଗ୍ରାହକ, ଶୁଭେଛୁ ଏବଂ କର୍ମଚାରୀଙ୍କ ସମାଗମରେ ଏକ ଗ୍ରାହକ ସମିଳନୀ ଆୟୋଜିତ ହୋଇଥିଲା । କଳାହାଣ୍ଡି ଜିଲ୍ଲା ରେଜିଅନାଲ ଅଫିସର ମୁଖ୍ୟ Regional ମ୍ୟାନେଜେର ଆର. ଗଙ୍ଗାଧର ପଟ୍ଟନାୟକ ମୁଖ୍ୟ ଅତିଥି ଭାବରେ ଉକ୍ତ କାର୍ଯ୍ୟକ୍ରମରେ ଯୋଗ ଦେଇ ସରକାରଙ୍କ ବିଭିନ୍ନ ଜନ କଲ୍ୟାଣ କାରୀ ଯୋଜନା ସହ ସାଂପ୍ରତିକ ସାଇବର ଠକେଇ ସମ୍ପର୍କରେ ବିସ୍ତୃତ ଭାବରେ ଉପସ୍ଥାପନ କରିଥିଲେ । ସମ୍ମାନୀତ ଅତିଥି ଭାବରେ ବରିଷ୍ଠ ସମାଜସେବୀ ଜିତେନ୍ଦ୍ର ନାରାୟଣ ସିଂହଦେଓ, ମହିଳା ଉଦ୍ୟୋଗୀ ସିକ୍ତା ପଣ୍ଡା, ଅଧ୍ୟାପକ ମାନସ ରଞ୍ଜନ ପଣ୍ଡା ଯୋଗ ଦେଇଥିଲେ । ସ୍ଥାନୀୟ ଜୟପାଟଣା ଶାଖାର ମୁଖ୍ୟ ପରିଚାଳକ ପ୍ରଭାକର ଦାଶ ମଂଚ ପରିଚାଳନା କରିଥିଲେ । ୧୯୫୫ରେ ସ୍ଥାପିତ ଏହି ଶାଖାର ଗୌରବମୟ ଇତିହାସ ସମ୍ପର୍କରେ ଶ୍ରୀ ଦାଶ ଗ୍ରାହକମାନଙ୍କୁ ବୁଝାଇଥିବା ବେଳେ, କ୍ଷେତ୍ର ଅଧିକାରୀ ଅମର ଶର୍ମା ଡିଜିଟାଲ ସାଇବର ଫ୍ରଡ ବିଷୟରେ ଆଲୋଚନା କରିଥିଲେ । ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ସିଂଦେଓ ଜୟପାଟଣା ବ୍ୟାଙ୍କ ଶାଖାରେ currency ଚେଷ୍ଟ ଏଵଂ ବରିଷ୍ଠ ନାଗରିକମାନଙ୍କ ପାଇଁ ନୂତନ କାଉଣ୍ଟର ଖୋଲିବା ପାଈଁ ରେଜିଅନାଲ ମ୍ୟାନେଜେରଙ୍କ ପାଖରେ ଦାବି ଜଣାଇଥିଲେ । ବ୍ୟାଙ୍କ ତରଫରୁ ୧୦ ଜଣ ସଫଳ ଚାଷୀଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ସମସ୍ତଙ୍କ ପାଇଁ ଭୋଜନର ସୁବନ୍ଦୋବସ୍ତ କରାଯାଇଥିଲା । ବ୍ୟାଙ୍କ ଅଧିକାରୀ ଦେବବ୍ରତ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।