ରାଉରକେଲା, (ସସ୍ମିତା ପ୍ରଧାନ) : ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଉଦିତ ନଗର ସ୍ଥିତ ସୁବାସ ଚନ୍ଦ୍ର ବୋଷ ପାର୍କ ଠାରେ ରାଉରକେଲା ସିଟି ରାଉଣ୍ଡ ଟେବୁଲ୍ ଓ ରାଉରକେଲା ସିଟି ଲେଡିଜ୍ ସର୍କଲର ସହାୟତାରେ ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରେ ଖାଦ୍ୟ ଓ କମ୍ବଳ ବଣ୍ଟନ କରାଯାଇଥିଲା । ଅନୁଷ୍ଠାନର ଅଧ୍ୟକ୍ଷ ରାଜେଶ ପ୍ରସାଦ ପଣ୍ଡାଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟଅତିଥି, ଇଂ ସାଗର ମହାନ୍ତି ଓ କବୟିତ୍ରୀ ଡ. ସସ୍ମିତା ପ୍ରଧାନ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କମ୍ବଳ ବଣ୍ଟନ ସହ ଅନୁଷ୍ଠାନର ଏପରି ସାମାଜିକ କାର୍ଯ୍ୟକ୍ରମକୁ ସାଧୁବାଦ ଦେଇଥିଲେ । ଶ୍ରୀ ପଣ୍ଡା ଏଭଳି କାର୍ଯ୍ୟକ୍ରମ ଆଗକୁ ଜାରି ରଖିବେ ବୋଲି କହିବା ସହ ସମସ୍ତଙ୍କ ମଧ୍ୟରେ ଖୁସି ବାଣ୍ଟିବା ଅନୁଷ୍ଠାନର ଲକ୍ଷ୍ୟ ବୋଲି ମତ ରଖିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ସୁଶ୍ରୀ ଧନଲକ୍ଷ୍ମୀ ବେହେରା ସହାୟତା କରିଥିଲେ ।
Prev Post
Next Post