oom

ବିଶ୍ୱ ସାମାଜିକ କାର୍ଯ୍ୟ ଦିବସ

jsmm

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପ୍ରତିବର୍ଷ ମାର୍ଚ୍ଚ ତୃତୀୟ ମଙ୍ଗଳବାରରେ ସାରା ବିଶ୍ୱରେ ବିଶ୍ୱ ସାମାଜିକ କାର୍ଯ୍ୟ ଦିବସ ପାଳନ କରାଯାଏ ଏବଂ ମାର୍ଚ୍ଚ ମାସ ସାରା ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ । ସାମାଜିକ କର୍ମୀ ତଥା ସାମାଜିକ ସେବା କ୍ଷେତ୍ରରେ ଯେଉଁମାନେ କାର୍ଯ୍ୟ କରନ୍ତି ସେମାନଙ୍କ ପାଇଁ ଏହି ଦିନଟି ହେଉଛି ସେମାନଙ୍କର ସଫଳତାକୁ ଖୁସି ଆନନ୍ଦରେ ପାଳନ କରିବା । ଅନେକ ସମୟରେ ଶିଶୁ, ପରିବାର ଏବଂ ସମ୍ପ୍ରଦାୟର ଲୋକମାନେ ବିଭିନ୍ନ ଅସୁବିଧାର ସମ୍ମୁଖୀନ ହୋଇଥାଆନ୍ତି । ସେମାନଙ୍କ ଜୀବନରେ ସୁଖ ଶାନ୍ତି ଆଣିବା ପାଇଁ ସମାଜସେବୀମାନେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଆନ୍ତି ଏବଂ ଏଥିପାଇଁ ସଚେତନତା ତଥା ସମର୍ଥନ ବଢାଇବା ପାଇଁ ଏକ ସୁଯୋଗ ସୃଷ୍ଟି କରିବା ହେଉଛି ଏହି ଦିବସ ଏକ ଅବକାଶ । ବୃତ୍ତି ଏବଂ ସାମାଜିକ ସେବା କ୍ଷେତ୍ରକୁ ଅଧିକ ଯୋଜନା, ବିକାଶ ଏବଂ ସହଯୋଗର ଆବଶ୍ୟକତା ଉପରେ ଏହି ଦିନ ଧ୍ୟାନ ଦେଇଥାଏ । ୨୦୨୪ ପାଇଁ ବିଷୟବସ୍ତୁ ହେଉଛି ବୁଏନ୍ ଭିଭିର : ରୂପାନ୍ତରିତ ପରିବର୍ତ୍ତନ ପାଇଁ ଅଂଶୀଦାର ଭବିଷ୍ୟତ ଯାହା ସାମାଜିକ କର୍ମୀଙ୍କ ପାଇଁ ଅଭିନବ ସମ୍ପ୍ରଦାୟ ଦ୍ୱାରା ପରିଚାଳିତ ଆଭିମୁଖ୍ୟ ଗ୍ରହଣ କରିବାର ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥାଏ ଏବଂ ଏହା ସ୍ୱଦେଶୀ ଜ୍ଞାନ ଏବଂ ପ୍ରକୃତି ସହିତ ସୁସଙ୍ଗତ ସହଭାଗୀତା ଉପରେ ଆଧାରିତ ହେବ ।

jittmm
Leave A Reply

Your email address will not be published.