oom

ଗଞ୍ଜାମ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତରେ ୭୩୯ ଜଣଙ୍କର ଫଇସଲା ସମାଧାନ

jsmm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସାଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲାସ୍ତରୀୟ ପେନ୍‌ସନ୍‌ ଅଦାଲତ ବୁଧବାର ଜିଲ୍ଲା ପରିଷଦ ଭବନର ଋଷିକୁଲ୍ୟା ସମ୍ମିଳନୀ ଗୃହରେ ଅନୁଷ୍ଠିତ ହୋଇଯାଇଛି । ଏହି ଅଦାଲତରେ ପ୍ରାୟ ୫ ଶହ ଜଣ ଅବସରପ୍ରାପ୍ତ ଅଧିକାରୀ, କର୍ମଚାରୀ ତଥା ପେନ୍‌ସନ୍‌ ଭୋଗୀ ଉପସ୍ଥିତ ହୋଇ ନିଜ ନିଜର ସମସ୍ୟା ସମ୍ପର୍କରେ ବିଭାଗୀୟ ମୁଖ୍ୟ ଅଧିକାରୀଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ । ବିଭିନ୍ନ ସମସ୍ୟାରେ ଶିକାର ହୋଇ ଅସୁବିଧାରେ ପଡ଼ିଥିବା ପେନସନ ଭୋଗୀଙ୍କ ନିମନ୍ତେ ଖୁବ୍‌ଶୀଘ୍ର ଅର୍ଥାତ୍ ଏକ ସପ୍ତାହରୁ ୧୫ ଦିନ ମଧ୍ୟରେ ସେମାନଙ୍କର ସମାଧନ କରି ପେନ୍‌ସନ୍‌ ପାଇବା ପାଇଁ ଯୋଗ୍ୟା ବିବେଚିତ ପ୍ରମାଣ ପତ୍ର ଯୋଗାଇ ଦିଆଯାଉ ଅଥବା ସେମାନଙ୍କର ପେନ୍‌ସନ୍‌ ପତ୍ର କରାଯାଉ ବୋଲି ସାଧାରଣ ପ୍ରଶାସନ ଓ ସଧାରଣ ଅଭିଯୋଗ ବିଭାଗର ସ୍ଵତନ୍ତ୍ର ସଚିବ ସତ୍ୟ ରଞ୍ଜନ ସାହୁ ଜିଲ୍ଲାର ପ୍ରମୁଖ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି । ଏପରିକି କାହାରିକୁ କୌଣସି ଅସୁବିଧା କରାନଯାଉ, କୌଣସି ହଇରାଣ ହରକତ ନକରି ସେମାନଙ୍କର ସମସ୍ୟାକୁ ଖୁବ୍‌ଶୀଘ୍ର ସମାଧାନ କରିବା ପାଇଁ ସଧାରଣ ପ୍ରଶାସନ ଓ ଅଭିଯୋଗ ବିଭାଗର ସ୍ଵତନ୍ତ୍ର ସଚିବ ଶ୍ରୀ ସାହୁ କହିଛନ୍ତି । ଜିଲ୍ଲାର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ୪୯୬ଟି କେଶ୍, ଏଲିମେଣ୍ଟରିରେ ୨୩୭ ଟି, ସେକେଣ୍ଡାରୀ ସ୍କୁଲ୍ ତରଫରୁ ୨୫୯ଟି, ରାଜସ୍ୱ ବିଭାଗ ଓ ଅନ୍ୟାନ୍ୟ ବିଭାଗ ଅଧିନରେ ୨୪୩ଟି ଉପରେ ସମୀକ୍ଷା ହୋଇଥିଲା । ଏହିପରି ସର୍ବମୋଟ ୭୩୯ଟି କେଶ୍ ଫଇସଲା ଓ ସମାଧାନ ହୋଇଥିବା ଜଣାଯାଇଛି । ଏହି ପେନ୍‌ସନ୍‌ ଅଦାଲତରେ ଅନ୍ୟମାନଙ୍କ ମଧ୍ୟରେ ଅର୍ଥ ବିଭାଗ ସହକାରୀ ସଂଚାଳିିକା ଶ୍ରୀମତୀ ଦିବାରାଣୀ ଦୋରା, ଗଣଶିକ୍ଷା ବିଭାଗ ଅଧୀନସ୍ଥ-ସଚିବ ମାନସ ଆଚାର୍ଯ୍ୟ, ସାଧାରଣ ପ୍ରଶାସନ ଓ ଅଭିଯୋଗର ଉପ-ସଚିବ ଆସୀତ କୁମାର ପାଣି, ସେକେଣ୍ଡାରୀ ଶିକ୍ଷା ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀମତୀ ସୁରେଖା ତରେଇ, ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟି, ଜିଲ୍ଲା ଜରୁରୀକାଳୀନ ବିଭାଗ ଅଧିକାରିଣୀ ଆୟୂଷି ପତି, ଜିଲ୍ଲା ଶିକ୍ଷାଧିକାରୀ, ଶ୍ରୀମତୀ ଅମୀତା ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ହୋଇ ଏହି ପେନ୍‌ସନ୍‌ ଅଦାଲତରେ ବିଭିନ୍ନ ସମସ୍ୟା ଉପରେ ଅବଗତ ହୋଇ ଏହି ପେନ୍‌ସନ୍‌ ଅଦାଲତରେ ସକ୍ରୀୟ ପରିଚାଳନା କରିଥିଲେ ।

jittmm
Leave A Reply

Your email address will not be published.