ଜୟପାଟଣା, (ଶେଷଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ରେଙ୍ଗାଲପାଲି ପ୍ରଭୁ ଶ୍ରୀରାମ ମନ୍ଦିର ପରିସରରେ ରେଙ୍ଗାଲପାଲି ମଣ୍ଡଳ ସ୍ତରୀୟ ହିନ୍ଦୁ ସମାବେଶ ଭବ୍ୟ ଆୟୋଜନ ମଧ୍ୟରେ ସମ୍ପନ୍ନ ହୋଇଯାଇଛି । କାର୍ଯ୍ୟକ୍ରମରେ ଶତାଧିକ ଶ୍ରଦ୍ଧାଳୁ, ବିଭିନ୍ନ ସଙ୍କୀର୍ତ୍ତନ ଦଳମାନେ ଉପସ୍ଥିତ ରହି ଜାତିଗତ ଓ ରାଜନୈତିକ ଭେଦଭାବରୁ ଦୂରରେ ରହି ହିନ୍ଦୁତ୍ୱର ପ୍ରତିଷ୍ଠା ସହିତ ସନାତନ ମହମନ୍ତ୍ରରେ ଏକାକାର ହେବା ପାଇଁ ଆହ୍ୱାନ ଦିଯାଇଥିଲା । ସମ୍ମିଳନୀରେ ମୁଖ୍ୟ ଅତିଥି ଭାବେ ସୁରଭି ଗୋଶାଳା ଆଶ୍ରମର ମହନ୍ତ ମଧୁସୂଦନ ବାବା ଯୋଗଦେଇ ସମସ୍ତ ହିନ୍ଦୁ ସମ୍ପ୍ରଦାୟକୁ ଆତ୍ମ ଓ ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଗୋଟିଏ ସୂତ୍ରରେ ବାନ୍ଧି ରହିବା ପାଇଁ ଆହ୍ୱାନ ଦେଇଥିଲେ । ଅନ୍ୟ ମାନଂକ ମଧ୍ୟରେ ଆଶ୍ୱିନ କୁମାର ପଣ୍ଡା, ବ୍ରଜେନ୍ଦ୍ର କୁମାର ପଟ୍ଟଯୋଶୀ, ଶେଷଦେବ ବେହେରା, କିଶୋର ଚନ୍ଦ୍ର ସା, ପ୍ରଭାସ ରାଉତ, ସୁବାସ ଅଗ୍ରୱାଲ, ବିମ୍ବାଧର ଦାସ, ଭାରତେନ୍ଦୁ ବେହେରା, ଅଙ୍ଗଦ ମାଝୀ, ଘନଶ୍ୟାମ ପ୍ରଧନୀ ପ୍ରମୁଖ ଉପସ୍ଥିତ ରହି କୁଟୁମ୍ବ ପ୍ରବୋଧନ, ସାମାଜିକ ସମରସତା, ନାଗରିକ କର୍ତ୍ତବ୍ୟ, ପର୍ଯ୍ୟାବରଣ ସଂରକ୍ଷଣ, ସ୍ଵଭାବ ଜାଗରଣ ଆଦି ପାଞ୍ଚ ପରିବର୍ତ୍ତନକୁ ଗୁରୁତ୍ବ ଦେଇଥିଲେ ।
Next Post