କୃଷକ ସମାବେଶ ଅନୁଷ୍ଠିତ

ମୟୁରଭଞ୍ଜ, (ଦେବସ୍ମିତ ଚୌଧୁରୀ) : ମୟୁରଭଞ୍ଜ ଜିଲ୍ଲା କିଷାନ ମୋର୍ଚ୍ଚା ସଭାପତି ଦୀପକ ଦାଶଙ୍କ ନେତୃତ୍ୱରେ ବଡସାହି ବ୍ଲକ ଅନ୍ତର୍ଗତ ସାନକେରକୋର କଳାମନ୍ଦିର ପ୍ଲାଜା ଠାରେ ଏକ କୃଷକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଓଡିଶା କଂଗ୍ରେସ ପ୍ରଭାରୀ ଅଜୟ କୁମାର ଲଲ୍ଲୁ ଡବଲ ଇଂଜିନ ସରକାରଙ୍କ କୃଷକ ବିରୋଧୀ ନୀତିକୁ ତୀବ୍ର ବିରୋଧ କରିଥିଲେ । ଏହି ସମାବେଶରେ ମୟୁରଭଞ୍ଜ ଜିଲ୍ଲା କଂଗ୍ରେସର ସଂଯୋଜକ ଅରବିନ୍ଦ ଦାସ ଜିଲ୍ଲା କୃଷକ ମାନଙ୍କ ଦୁର୍ଦଶାରେ ସାମିଲ ହୋଇ ଜିଲ୍ଲା କଂଗ୍ରେସ ଲଢ଼େଇ କରିବ ବୋଲି ଚରମବାଣୀ ଶୁଣାଇଥିଲେ । ସେହିପରି ସଂଗଠନ ସୃଜନ କାର୍ଯ୍ୟକ୍ରମର ମୟୁରଭଞ୍ଜ ପର୍ଯ୍ୟବେକ୍ଷକ ତଥା ଅଖିଳ ଭାରତୀୟ କୃଷକ ସେଲର ଉପସଭାପତି ଅଖିଳେଶ ଶୁକ୍ଲା ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକଙ୍କ ସ୍ୱାର୍ଥ ପାଇଁ ଦଳ ଲଢେଇ କରିବ ବୋଲି ବକ୍ତବ୍ୟ ରଖିଥିଲେ । ଏହି ସମାବେଶରେ ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଓଡିଶା ରାଜ୍ୟ କିଷାନ ମୋର୍ଚ୍ଚା ସଭାପତି ଅଭୟ ସାହୁ, ପୂର୍ବତନ ସାଂସଦ ସୁଶ୍ରୀ ସୁଶୀଳା ତିରିଆ, ରାଜ୍ୟ ବାଣିଜ୍ୟ ସେଲ ସଭାପତି ଯୋଗେଶ ଅଗ୍ରୱାଲ, ପ୍ରଭାରୀ ନଳିନୀ କାନ୍ତ ମହାନ୍ତି ଯୋଗ ଦେଇ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ଏହି ସମାବେଶରେ ପୂର୍ବତନ ସଭାପତି ନିରୋଜ ଲୋଚନ ଦାସ, ବିଧାୟକ ପ୍ରାର୍ଥୀ ପ୍ରଭାସ କର ମହାପାତ୍ର, ଦୁର୍ଗା ଟୁଡୁ, ମୁରଲୀ ଧର, ପ୍ରମୋଦ ହେମ୍ବ୍ରମ, ପୂର୍ଣ୍ଣ ବିଶ୍ୱାଳ, ଜ୍ୟୋତି ପ୍ରକାଶ ରଥ, ପ୍ରକାଶ କର ମହାପାତ୍ର, ଶିବାନନ୍ଦ ଦାସ, ସୁସ୍ମିତା ଘୋଷାଲ, ମୀନକେତନ ବେହେରା, ରଶ୍ମିତା ମିଶ୍ର, ମୋତିପ୍ରକାଶ ଦାଶ, ରଂଜିତା ଯୋଷୀ, ଶେଖ ମୁସ୍ତଫା,ମୋନରଞ୍ଜନ ହେମ୍ବ୍ରମ ପ୍ରମୁଖ ଶତାଧିକ କର୍ମୀ ଯୋଗ ଦେଇଥିଲେ ।

Leave A Reply

Your email address will not be published.