oom

ବସ୍ତିବାସୀଙ୍କ ସୁରକ୍ଷା କବଜ ସାଜିବେ ଦିଲ୍ଲୀପ : ବିଜେପି ପକ୍ଷରୁ ମହିଳା ସମାବେଶ

jsmm

ରାଉରକେଲା, (କେପିଏନ୍‌ଏସ୍‌) : ରାଉରକେଲା ବିଜେପିର ପ୍ରାର୍ଥୀ ବିଧାୟକ ଦିଲ୍ଲୀପ ରାୟ ଜିତିଲେ ସର୍ବାଙ୍ଗୀନ ଉନ୍ନତି ସଙ୍ଗେ ସଙ୍ଗେ ବିଭିନ୍ନ ବସ୍ତି, ଗଳି କନ୍ଦିର ଉନ୍ନତି ହେବ । ଆଜିକୁ ଦୀର୍ଘ ବର୍ଷ ଧରି ଶାସକ ଦଳ ବିଜେଡି ରାଉରକେଲା ମହାନଗର ନିଗମର ନିର୍ବାଚନ କରିବାରେ ଅକ୍ଷମ ରହିଛି । ଦିଲ୍ଲୀପ ବାବୁଙ୍କ ସମୟରେ ଯେଉଁ ଗଳି, କନ୍ଦି, ରାସ୍ତାଘାଟ ପାନୀୟ ଜଳ ବ୍ୟବସ୍ଥା କରାଯାଇଥିଲା ଓ ବିଭିନ୍ନ ବସ୍ତିରେ ବିକାଶ ହୋଇଥିଲା ତାହା ବର୍ତ୍ତମାନ ପଙ୍ଗୁ ହୋଇ ପଡିରହିଛି । ତେଣୁ ଅବକି ବାର ଦିଲ୍ଲୀପ ବାବୁଙ୍କ ସରକାର ହେଲେ ସହରର ଉନ୍ନତି ସୁନିଶ୍ଚିତ ବୋଲି ଲାଲବିଲଡିଙ୍ଗ ଗଳିରେ ଆୟୋଜିତ ହୋଇଥିବା ଏକ ମହିଳା ସମ୍ମିଳନୀରେ ଭାଜପାର ସଭାନେତ୍ରୀ ଖୁର୍ସିଦା ବାନୋ ତାଙ୍କ ବକ୍ତବ୍ୟରେ କହିଛନ୍ତି । ବର୍ତ୍ତମାନ ସହରରେ ନିର୍ବାଚନକୁ ନେଇ ବିଭିନ୍ନ ସ୍ଥାନରେ ବିଜେଡି, କଂଗ୍ରେସ ଓ ବିଜେପି ଭଳି ବିଭିନ୍ନ ଦଳ ପକ୍ଷରୁ ଦଳୀୟ କର୍ମୀମାନେ ନିଜର ପ୍ରଚାର ପ୍ରସାର ଜାରି ରଖିଥିବାବେଳେ ଭାଜପାର ମହିଳା ସଭାନେତ୍ରୀ ଖୁର୍ସିଦା ବାନୋ ୱାର୍ଡ ନଂ-୨୭ ଲାଲ୍‌ବିଲ୍‌ଡିଙ୍ଗ ଶିବାଜୀ ମାର୍ଗ ଗଳିରେ ସ୍ଥାନୀୟ ୨ ଶହରୁ ଅଧିକ ମହିଳାଙ୍କୁ ନେଇ ଏକ ମହିଳା ସଭା ଆୟୋଜିତ କରିଥିଲେ । ଏହି ସଭାରେ ରାଉରକେଲା ଭାଜପାର ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କ ଭଉଣୀ ରଞ୍ଜିତା ମହାପାତ୍ର (ନିତୁ ଦିଦି) ମୁଖ୍ୟ ଅତିଥି ଭାବେ ଯୋଗଦେଇ ରାଉରକେଲା ସହରର ବିକାଶ ଓ ଦିଲ୍ଲୀପ ଭାଇ ବିଭିନ୍ନ ବସ୍ତିବାସୀଙ୍କ କବଚ ସାଜିବେ ବୋଲି କହିଥିଲେ । ଚଳିତ ନିର୍ବାଚନରେ କିଭଳି ଅଧିକାରୁ ଅଧିକ ଭାଜପାକୁ ଭୋଟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଦିଲ୍ଲୀପ ବାବୁଙ୍କ ହାତ ମୁଠାକୁ ଟାଣ କରିବାକୁ ନିତୁ ଆହ୍ୱାନ ଦେଇଥିଲେ । ଏହି ମହିଳା ସମ୍ମିଳନୀରେ ସମ୍ମାନିତ ଅତିଥି ଭାବେ ପଶ୍ଚିମ ଓଡିଶାର ଲୋକପ୍ରିୟ ସମାଜସେବୀ ଡକ୍ଟର ପଦ୍ମିନୀ ପାଣିଗ୍ରାହୀ ଉପସ୍ଥିତ ରହି ବିଜେପିର ବହୁ ଲୋକାଭିମୁଖୀ ଯୋଜନା ଉପରେ ଭୋଟରମାନଙ୍କୁ ସଚେତନ କରି ଭାଜପା ପ୍ରାର୍ଥୀ ଦିଲ୍ଲୀପ ରାୟଙ୍କୁ ଭୋଟ ଦେବାକୁ କହିଥିଲେ । ମହିଳା ଶସକ୍ତିକରଣ ଓ ଭାଜପାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆୟୁଷମାନ ଯୋଜନାର ହିତକାରୀ ଉପରେ ଭାଜପା ସଦସ୍ୟ ଗୋଲଡି ମତ ପ୍ରକାଶ କରିଥିଲେ । ଅନ୍ୟ ସମ୍ମାନିତ ଅତିଥି ଭାବେ ସମାଜସେବୀ ସ୍ମିତା ନାୟକ, କବିତା ଦୁବେ, କାଳନ୍ଦୀ ବଡଜେନା, କେଦାର ମହାନ୍ତି, ଗୋଲଡି, ରିଙ୍କୁ ସାମଲ, ତାରାକ୍ରିଷ୍ଣା ରାଓ ପ୍ରମୁଖ ଉପସ୍ଥିତ ରହି ଏଥର ଦୁଇଟି ଭୋଟ ଭାଜପାକୁ ଦେବା ଲାଗି ଆହ୍ୱାନ ଦେଇଥିଲେ । ଏହି ଅବସରରେ ସ୍ଥାନୀୟ ମହିଳାମାନଙ୍କୁ ଦଳୀୟ ଉତରୀୟ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲାଲ୍‌ବିଲ୍‌ଡିଙ୍ଗର ଭାଜପା ସଦସ୍ୟା ଦୌପଦୀ ରାଉତ, ଆଶୁ ପାତ୍ର, ରେସମା ବାନୁ, ନିଷୁକା ତନ୍ତୀ, ପୂର୍ଣ୍ଣିମା ଦେ, ହେମନ୍ତ ତନ୍ତୀ, ଜୁବୁଲ ଜୟପୁରିଆ, କିଶୋର ତନ୍ତୀ, ସମୀର ଅନସାରୀ, ଆଦିତ୍ୟ ପ୍ରସାଦ, ମଙ୍ଗଲୁ, ରାଜା ତନ୍ତୀ, ସୀତାରାମ ତନ୍ତୀ, ଉର୍ମିଳା ସାହୁ, ଅନିତା ସିଂ, ସୁମନ ଗୋସ୍ୱାମୀ, ସବନମ୍‌ ପରବିନ, ରାମଯୋଗୀ ସାହାଣୀ, ଅଲକି ଗୋସ୍ୱାମୀ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ । ଶେଷରେ ସଭାନେତ୍ରୀ ଖୁର୍ସିଦା ବାନୋ ଧନ୍ୟବାଦ୍‌ ଅର୍ପଣ କରିଥିଲେ ।

jittmm
Leave A Reply

Your email address will not be published.