oom

ନବନିର୍ମାଣ କୃଷକ ସଙ୍ଗଠନର ଧାନ, କ୍ଷୀର ଏବଂ ଭତ୍ତା ବୃଦ୍ଧି ପାଇଁ ସମାବେଶ

jsmm

ଢେଙ୍କାନାଳ, (ତାପସ ଦାସ) : ଆଜି ଢେଙ୍କାନାଳ ଜିଲ୍ଲା ଓଡ଼ାପଡା ବ୍ଲକ ଅନ୍ତର୍ଗତ ସାଇଁବିରି ଗ୍ରାମ ଶିବମନ୍ଦିର ପ୍ରାଙ୍ଗଣରେ ନବନିର୍ମାଣ କୃଷକ ସଙ୍ଗଠନର ଚାଷୀ ସମାବେଶ ହୋଇଯାଇଛି । ଜିଲ୍ଲା ସଂଯୋଜକ ପ୍ରହଲ୍ଲାଦ ସାହୁ ଏହାର ନେତୃତ୍ୱ ନେଇଥିଲେ । ମୁଖ୍ୟ ଅତିଥି ଭାବେ ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କୃଷି ମାରଣନୀତି ଉପରେ ବକ୍ତବ୍ୟ ରଖିଥିଲେ । ଏହା ସହିତ ଜଣେ ଚାଷୀ ଜୀବନ ସାରା କାମ କରି ଦିନକୁ ୧୭ ଟଙ୍କା ବାର୍ଦ୍ଧକ୍ୟ ଭତ୍ତା ପାଉଛି କିନ୍ତୁ ଜଣେ ଉଚ୍ଚ ପଦସ୍ଥ ଅଧିକାରୀ ଅଶାଠାରୁ ଅଧିକ ଭତ୍ତା ପାଉଛି ଏହା ମଧ୍ୟ କହିଥିଲେ ଆମର ପଡୋଶୀ ରାଜ୍ୟ ଆନ୍ଧ୍ର, ତେଲେଙ୍ଗାନା, ପଶ୍ଚିମବଙ୍ଗ ୧୦୦୦ ଟଙ୍କାରୁ ୨୨୫୦ଟଙ୍କା ପାଉଥିବା ବେଳେ ଓଡ଼ିଶାରେ ବାର୍ଧକ୍ୟ ଭତ୍ତା ୫୦୦ ଟଙ୍କା ପାଉଛନ୍ତି । ଧାନ କ୍ୱିଣ୍ଟାଲ ମୂଲ୍ୟ ୩୦୦୦, କ୍ଷୀର ଲିଟର ୫୦ଟଙ୍କା ଏବଂ ବାର୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଦେବାକୁ ସଭାରେ ନିଷ୍ପତି ହୋଇଛି । ସରକାର ଯଦି ଏହି ଦାବୀକୁ ନ ମାନିଲେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଏହାର ଉଚିତ ଜବାବ ଦେବେ । ଏହି ସଭାରେ ପୂର୍ବତନ ବିଧାୟକ ପାର୍ଥୀନି ରେବତୀ ବେହେରା, ସୁଧାକର ପରିଡା, ପ୍ରେମଲତା ରାଉତ, ଗଙ୍ଗାଧର ରାଉତ ଆଦି ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.