
ବେଲପଡା, (ଭୋଜରାଜ ଦଣ୍ଡସେନା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକ ନିକଟସ୍ଥ ଛେଳିଆମାଲ ଲିଙ୍ଗରାଜ ମନ୍ଦିର ପରିସରରେ ଉତ୍କଳ ଯୁବ ପରିଷଦ ଓ ସାମାଜିକ ଅନୁଷ୍ଠାନ ଶିଶୁପଲ ଗଡ ଭୁବନେଶ୍ୱର ତଥା ସଂସ୍କୃତି ମନ୍ତ୍ରାଳୟ ଭାରତ ସରକାରଙ୍କ ମିଳିତ ସହଯୋଗରେ ସଙ୍ଗୀତ ଓ ନୃତ୍ୟର ପୂନରୁଦ୍ଧାର କାର୍ଯ୍ୟକ୍ରମ କାଠି ନାଚ, ସହ ବିଭିନ୍ନ ଲୋକ ନୃତ୍ୟ ତିନିଦିନ ଧରି ଆୟୋଜନ ହୋଇଯାଇଛି । ଏହି ତ୍ରିଦିବସୀୟ କାର୍ଯ୍ୟ କ୍ରମକୁ ମୁଖ୍ୟ ଅତିଥି ଭାବରେ ବାଲେଶ୍ଵର କଳାକାର ସଂଘର ସମ୍ପାଦକ ପ୍ରଫୁଲ୍ଲ ଘୋଷ ମୁଖ୍ୟ ବକ୍ତା ଭାବରେ ପଶ୍ଚିମ ଓଡ଼ିଶା କଳା ଓ ସଂସ୍କୃତିର ପୁନଃରୁଦ୍ଧାର ସଭାପତି ଆମିଲ ପଟେଲ ଜୀବନ୍ୟାସ ସମ୍ପାଦକ ମିଁନ କିତ୍ତଁନ ପ୍ରଧାନ ସମ୍ମାନିତ ଅତିଥି ଭାବରେ ଅଧ୍ୟକ୍ଷା ତୃପ୍ତିରଣି ସିଂହ ଲାଲ, ଲିଙ୍ଗରାଜ ସାଂସ୍କୃତିକ ପରିଷଦର ସଭାପତି କପୂର୍ଚ୍ଚନ ଛତ୍ରିଆ ତଥା ସଂସ୍କୃତି ଗବେଷକ ଭକ୍ତ ବନ୍ଧୁ ମେହେର ମଞ୍ଚାସିନ ଥିଲେ । ପାରମ୍ପରିକ ସଂସ୍କୃତିର ପୁନରୁଦ୍ଧାର ତଥା ଅନ୍ୟାନ୍ୟ ଲୁପ୍ତ କଳାର ପୁନରୁଦ୍ଧାର ଦିଗରେ ଆଲୋକପାତ କରାଯାଇଥିଲା । ମଞ୍ଚ ଅଭିନୟ ମାଧ୍ୟମରେ କଳାକାର ମାନେ ସେମାନଙ୍କ ପାରମ୍ପରିକ କାଠି ନାଚ, ସଙ୍କୀର୍ତ୍ତନ, ସମ୍ବଲପୁରୀ ନୃତ୍ୟ ସମ୍ପୂର୍ଣ୍ଣ ନନ୍ଦଙ୍କ ଦ୍ଵାରା ଅଭିନୟ କରିବା ସହ ନୃତ୍ୟ ପରିବେଷଣ କରିଥିଲେ । କଳାର ବିକାଶରେ ଜୀବନର ପୂର୍ଣ୍ଣତା ଓ ସମାଜର ଆଦର୍ଶକୁ ନେଇ ମନ୍ୟୁଷର ପରିପ୍ରକାଶ ଆସିଥାଏ । କଳା ଓ ସଂସ୍କୃତିର ପୁନରୁଦ୍ଧାର ପାଇଁ ସମସ୍ତ ବୁଦ୍ଧିଜୀବୀ ମହଲରେ ନୂତନ ଚିନ୍ତା ଧାରା ଆସିବା ସହ ଗବେଷଣାତ୍ମକ ସନ୍ଦର୍ଭ ନିହାତି ଜରୁରୀ । ଆଜିର ଦିବସରେ ସମସ୍ତ ମଞ୍ଚଷୀନ ଅତିଥି ମାନଙ୍କ ସୁଚିନ୍ତିତ ମତାମତ ପରିପ୍ରକାଶ ପାଇଥିଲା, ଏହି ସଭାରେ ଜିଲ୍ଲାର ୨୦୦ କଳାକାର ତଥା ବୁଦ୍ଧିଜୀବୀମାନେ ଓ ନୂଆପଡ଼ା। ବଲାଙ୍ଗିର ଜିଲ୍ଲାର କଳାକାର ମାନଙ୍କୁ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା । ସର୍ବପରିଭବରେ ମିନିକେତନ ପ୍ରଧାନ ଓ ଭକ୍ତବନ୍ଧୁ ମେହେର ସଭା ପରିଚାଳନା କରିଥିଲେ ।