oom

ସାଲେଭଟା ଅଭିମୁଖେ ଓବିସି ଜନଜାଗରଣ ଯାତ୍ରା

jsmm

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ଆଜି ଓବିସି ଜନ ଜାଗରଣ ଯାତ୍ରା ଡୁଙ୍ଗୁରିପାଲି, ସୁବର୍ଣ୍ଣପୁରରେ ପ୍ରେସ ମିଟ୍‌ କଲାପରେ ଯାତ୍ରା ବଲାଙ୍ଗିର ଜିଲ୍ଲାର ସାଲେଭଟା ଅଭିମୁଖେ ବାହାରି ଥିଲା । ସେଠାରେ ଆନନ୍ଦ ପ୍ରଧାନଙ୍କ ଅଧ୍ୟକ୍ଷତାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା । ଆଗଲପୁର ବ୍ଳକ ଅନ୍ତର୍ଗତ ଡୁଡୁକା ଗ୍ରାମରେ ସରପଞ୍ଚ ଅଶୋକ କୁମାର ପଟେଲ, ପେକ୍ସ ସଭାପତି ବଲରାମ ପଟେଲ ପ୍ରମୁଖ ଉପସ୍ଥିତ ଥିଲେ । ସେହିପରି ଲୋଇସିଂହା ବ୍ଳକ ଅନ୍ତର୍ଗତ ବୁର୍ଡା ଗ୍ରାମରେ ରାଜ୍ୟ ଡୁମାଲ ପରିଷଦ ଓଡିଶାର ସମ୍ପାଦକ ଇନ୍ଦ୍ରମଣି ବାରିକଙ୍କ ସଭାପତିରେ ସମ୍ବର୍ଧନା ଜ୍ଞାପନ କରାଯାଇଥିଲା । ପୁଇନ୍ତଲା ବ୍ଳକ ଅନ୍ତର୍ଗତ ଶଙ୍କର ଭୋଜି ଗ୍ରାମରେ ମାଁ ମାହେଶ୍ଵରୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭା ନେତ୍ରୀ ଡୋଲାବତୀ ଶଙ୍ଖୁଆଙ୍କ ଦ୍ଵାରା ସମ୍ବର୍ଦ୍ଧିନା କରାଯାଇଥିଲା । ଓବିସି ଜନଜାଗରଣ ଯାତ୍ରାରେ, ଓବିସି ମଞ୍ଚର ସଭାପତି ଶଙ୍କର ପାତ୍ର, କୋଷାଧ୍ୟକ୍ଷ ପ୍ରଦେଶୀ ବିଶ୍ଵାଲ ବିରଞ୍ଚି ସାହୁ ଉପ ସଭାପତି କିଶୋର ଚନ୍ଦ୍ର ସାଏ, ଜିଲ୍ଲା ଓବିସି ମଞ୍ଚ ବଲାଙ୍ଗିର ସଂଯୋଜକ ସରୋଜ କୁମାର ମେଶ୍ଵା, ନବସେତୁ ସଂପାଦକ ପୁର୍ଣ୍ଣଚନ୍ଦ୍ର ବିଶ୍ଵାଲ, ପ୍ରମୁଖ ଓବିସିଙ୍କ ହକ୍ ଅଧିକାର ପାଇଁ ବକ୍ତବ୍ୟ ପ୍ରଦାନ କରିଥିଲେ । ଆଗାମୀ ଦିନରେ ଓବିସିଙ୍କୁ ସମାନୁପାତିକ ସଂରକ୍ଷଣ ସମସ୍ତ କ୍ଷେତ୍ରରେ ନ ହେଲେ ରାଜ୍ୟ ସାରା ଆନ୍ଦୋଳନ କରିବ ବୋଲି ସଭାପତି ରାଜ୍ୟ ଓବିସି ମଞ୍ଚ ଶଙ୍କର ପାତ୍ର ସରକାରଙ୍କୁ ଚେତାବନୀ ଦେଇଥିଲେ ।

jittmm
Leave A Reply

Your email address will not be published.