ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିବାର ତରଫରୁ ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ସୌଜନ୍ୟମୂଳକ ସାକ୍ଷାତ
ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭାରତୀୟ ଷ୍ଟେଟ ବ୍ୟାଙ୍କ ଭୁବନେଶ୍ବର ମଣ୍ଡଳର ମୁଖ୍ୟ ମହାପ୍ରବନ୍ଧକ ଚନ୍ଦ୍ର ଶେଖର ଶର୍ମା ଭାରତର ରାଷ୍ଟ୍ରପତି ପ୍ରାର୍ଥିନୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ ସହିତ ଭୁବନେଶ୍ବର ସ୍ଥିତ ଏମସିଏଲ ଗେସ୍ଟ ହାଉସରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଭାରତୀୟ ଷ୍ଟେଟ ବ୍ୟାଙ୍କ ପରିବାର ତରଫରୁ ଶ୍ରୀ ଶର୍ମା ହାର୍ଦିକ ଅଭିନନ୍ଦନ ଓ ଶୁଭ କାମନା ଜଣାଇବା ସହିତ ଶ୍ରୀ ଜଗର୍ନାଥଙ୍କ କୃପା ଭିକ୍ଷା କରିଛନ୍ତି ।