‘ଆମେ ଓଡିଆ’ ରାଉରକେଲା ଶାଖାରେ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଓଡ଼ିଆ ମାନଙ୍କୁ ନେଇ “ଆମେ ଓଡ଼ିଆ” ରାଉରକେଲା ଶାଖା ଗଠିତ ହୋଇଯାଇଛି । ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି, ପରମ୍ପରା ଐତିହକୁ ଉଜ୍ୱାବିତ କରି ରଖିବା ସହିତ, ଓଡ଼ିଆ ମାନଙ୍କର ସ୍ୱାଭିମାନ ତଥା ପରିଚୟକୁ ଅକ୍ଷୁର୍ଣ୍ଣ ରଖିବା ନିମନ୍ତେ ନିରନ୍ତର କାର୍ଯ୍ୟ କରିବା ପାଇଁ ପ୍ରସ୍ତୁତ ହୋଇଛି ଏହି ସଂଗଠନ । କେନ୍ଦ୍ରୀୟ କମିଟି ଅନୁମୋଦନ କ୍ରମେ, ରାଉରକେଲା ଠାରେ, ଏହାର ଏକ ଶାଖା ପ୍ରତିଷ୍ଠା କରାଯାଇ, ଜନସାଧାରଣଙ୍କ ଅବଗତି ନିମନ୍ତେ ସ୍ୱତନ୍ତ୍ର ଭାବରେ ଏକ ସମ୍ମିଳନୀ ଆୟୋଜନ କରାଯାଇଥିଲା । ସେକ୍ଟର-୩ ସ୍ଥିତ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣର ଖଡ୍ଗ ଭବନ ଠାରେ ଅନୁଷ୍ଠିତ ହୋଇଥିବା ଏହି ସମ୍ମିଳନୀରେ ରାଉରକେଲା ବସବାସ କରୁଥିବା କଳା, ସାହିତ୍ୟ, ସଂସ୍କୃତି, ବ୍ୟବସାୟ, ଶିଳ୍ପ, ସ୍ଵେଚ୍ଛାସେବୀ, ଶିକ୍ଷା, ସ୍ୱାସ୍ଥ୍ୟ, ରାଜନୀତି, ସେବାନିବୃତ କର୍ମଚାରୀ, ତଥା ଛାତ୍ରଛାତ୍ରୀ ଗଣ, ନିଜସ୍ୱ ମୂଲ୍ୟବାନ ମତାମତ ଉପସ୍ଥାପନ କରିଥିଲେ । ବିଶେଷକରି ଆମର ମହାନ ଜଗନ୍ନାଥ ସଂସ୍କୃତି, ଐତିହ୍ୟ ତଥା ଅତୀତ ଗୌରବମୟ କଳା, ସ୍ଥାପତ୍ୟ, ଇତିହାସକୁ ପ୍ରତ୍ୟେକ ଓଡ଼ିଆଙ୍କ ନିକଟରେ ପହଂଚାଇବା ସହିତ, ଏଥିପ୍ରତି ଆଜିର ଯୁବପିଢିଙ୍କୁ ଅବଗତ ତଥା ଅନୁପ୍ରେରିତ କରିବା ନିମନ୍ତେ, ଏହି ସଂଗଠନ କାର୍ଯ୍ୟ କରିବ ବୋଲି ଉପସ୍ଥିତ ବକ୍ତାମାନେ ମତପୋଷଣ କରିଥିଲେ । ୩୦୦ ରୁ ଉର୍ଦ୍ଧ ଓଡ଼ିଆ ଓ ୩୩ଟି ଅନୁଷ୍ଠାନ ସକ୍ରୀୟ ଅଂଶ ଗ୍ରହଣ କରିବା ସହିତ ନିଜସ୍ଵ ମତବ୍ୟକ୍ତ କରିଥିଲେ । ଶମ୍ଭୁନାଥ ପରିଡାଙ୍କ ସଭାପତିତ୍ୱ ଓ ଜଗନ୍ନାଥ ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ ପ୍ରଫେସର ଡ଼ ସମର ମୁଦାଲି, ଡ଼. ସନାତନ ପ୍ରଧାନ, ଡଃ ପ୍ରଶାନ୍ତ କୁମାର ବେହେରା, ରାଜ୍ୟ ମହାସଚିବ ନିରୋଦ କୁମାର ରାଉତ, ଶଶଧର ପାତ୍ର, ଅନିଲ କୁମାର ଦାଶ, ଚାନ୍ଦମଣି ବେହୁରା, ସୁବ୍ରତ ମଲ୍ଲିକ, ଡ଼. ଅନ୍ତର୍ଜିତା ନାୟକ, ସତ୍ୟାନନ୍ଦ ବେହେରା, ଡ଼ଃ ଉମାକାନ୍ତ ପଣ୍ଡା ପ୍ରମୁଖ ଉପସ୍ଥିତ ରହି ନିଜସ୍ୱ ମତ ରଖିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନଳିନୀ କାନ୍ତ ଧର, ଶୈଳେନ୍ଦ୍ର ମହାନ୍ତି, ରାମକୃଷ୍ଣ ବିଶ୍ଵାଳ, ଭୋଳେଶ୍ଵର ବେହେରା, ବିକ୍ରମ ଚନ୍ଦ୍ର ଆଚାର୍ଯ୍ୟ, ପ୍ରଦୀପ ନାୟକ, ରାଜକିଶୋର ମିଶ୍ର, ନିନାରାଣୀ ଜେନା, ରବିନ୍ଦ୍ର ବେହୁରିଆ, ବିଜୟ ସାହୁ, ଜ୍ଞାନରଞ୍ଜନ ମିଶ୍ର, ରଜନୀକାନ୍ତ ସ୍ଵାଇଁ, ମନୋରଞ୍ଜନ ଦାସ, ଗଙ୍ଗାଧର ପୁହାଣ, ଅଶୋକ ବଳ, ବିଭୁ ନାୟକ, ଡଃ ସୁବାସ ଲେଙ୍କା, ଦୀପକ ପଣ୍ଡା, ଡଃ ଅନ୍ତର୍ଜିତା ନାୟକ, ସତ୍ୟନାରାୟଣ ଦାସ, ସୌଦାମିନୀ ମୁଦୁଲି ପ୍ରମୁଖ ନିଜର ସୁଚିନ୍ତିତ ମତାମତ ରଖିଥିଲେ । ପ୍ରାରମ୍ଭରେ ଗୁରୁକୁଳ ଆଶ୍ରମର ଛାତ୍ରଗଣ ବେଦପାଠ ଓ ଗୁରୁ ଜ୍ୟୋତିର୍ମୟ ଆଚାର୍ଯ୍ୟ ବନ୍ଦେ ଉତ୍କଳଜନନୀ ଗାନ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ବିଭୁ ନାୟକ, ତନୁ ପ୍ରଧାନ, ସ୍ୱପ୍ନାରାଣୀ ଭଞ୍ଜଦେଓ ,ସାଗରିକା ଭୁଜବଳ , ଡ଼ଃ ଅନ୍ତର୍ଜିତା ନାୟକ ଓ ଅନ୍ୟମାନେ ସହଯୋଗ କରିଥିଲେ ।

Leave A Reply

Your email address will not be published.